Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୧୦ ତାରିଖରୁ ଗାଡ଼ି ଚେକିଂ କଡ଼ାକଡ଼ି

ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। କମିସନରେଟ ପୁଲିସ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ। କୋଭିଡ ପରଠୁ ଗାଡ଼ି ଚେକିଂ ବନ୍ଦ ରହିଥିଲା। ଲାଇସେନ୍ସ, ହେଲମେଟ, ପଲ୍ୟୁସନ ଆଦି ଚେକିଂ ବନ୍ଦ ରହିଛି। ହେଲେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିସନରେଟ ପୁଲିସ। ଗାଡି ଯାଞ୍ଚ ନେଇ ଏବେ ଟୁଇନ ସିଟିରେ ଧରପଗଡ଼ ଆରମ୍ଭ ହେବ। ଯଦି ଆପଣ ଗାଡ଼ିରେ ଏଭଳି କିଛି ନିୟମ ଉଲ୍ଲଘଂନ କରିଥିବା ଜିନିଷ ବ୍ୟବହାର କରିଛନ୍ତି। ତେବେ ଚେକିଂ ହେବା ପୂର୍ବରୁ କାଢ଼ି ଦିଅନ୍ତୁ।

Show More

Related Articles

Back to top button