Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ପରେ ପ୍ରଥମ ଥର ଗୃହ ପରିଚାଳନା କରିବେ

ବିଧାନସଭା ମୌସୁମୀ ଅଧିବେସନ ଜୁଲାଇ ୨ରୁ ଆରମ୍ଭ ହେବ । ଅଧିବେଶନକୁ ସୁରଖୁରରେ ପରିଚାଳନା କରିବା ପାଇଁ  ଆଜି ସର୍ବଦଳୀୟ ବୈଠକ ଡକାଯାଇଛି। ବାଚସ୍ପତି ହେବା ପରେ ପ୍ରଥମ ଥର ଗୃହ ପରିଚାଳନା କରିବେ ବିକ୍ରମ କେଶରୀ ଆରୁଖ । ଆଜିର ବୈଠକ ବେଶ୍‌ ଗୁରୁତ୍ୱ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସବୁ ଦଳର ନେତାମାନେ ଯୋଗ ଦେବେ । ଏବେ କୋଭିଡ୍‌ କଟକଣା ସବୁଆଡ଼ୁ ହଟିଯାଇଥିଲେ ମଧ୍ୟ ବିଧାନସଭାରେ କଟକଣା ଜାରି ରହୁଥିବାରୁ ତାହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି । ମାର୍ଚ୍ଚ ମାସରେ ହୋଇଥିବା ଅଧିବେଶନରେ କଟକଣା ଉଠାଇ ପୂର୍ବ ପରି ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ବିରୋଧୀ ଦଳ ସଭ୍ୟମାନେ ଦାବି କରିଥିଲେ । କିନ୍ତୁ ତତ୍‌କାଳୀନ ବାଚସ୍ପତି ତାହାକୁ ଗ୍ରହଣ କରି ନ ଥିଲେ । ବିଧାନସଭା ପ୍ରେସ୍‌ ଗ୍ୟାଲେରିରୁ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ ପାଇଁ ଅନୁମତି ଦେବାକୁ ଦାବି ହୋଇଥିଲେ ମଧ୍ୟ ତାହା ଗ୍ରହଣ କରାଯାଇ ନ ଥିଲା । ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ କଟକଣା ନ ଥିଲା ବେଳେ ବିଧାନସଭା ଅଧିବେଶନରେ ବାଚସ୍ପତି କିପରି ଆଭିମୁଖ୍ୟ ଗ୍ରହଣ କରୁଛି, ତାହା ଆସନ୍ତାକାଲି ସ୍ପଷ୍ଟ ହେବ । ଅଧିବେଶନ ପାଇଁ ତିନି ପ୍ରମୁଖ ଦଳର ରଣନୀତି ପ୍ରସ୍ତୁତ କରିବା ପାଇଁ ବିଧାୟକ ଦଳ ବୈଠକ ଡକାଯାଇଛି । ତେବେ ପୂର୍ବ ଦିନ ଅର୍ଥାତ ୧ ତାରିଖରେ ରଥଯାତ୍ରା ପଡ଼ୁଥିବାରୁ ସେହିଦିନ ବୈଠକ କରାଯିବ ନାହିଁ। ୨ ତାରିଖରେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସବୁ ଦଳ ସେମାନଙ୍କ ବିଧାୟକ ଦଳ ବୈଠକ କରିବେ ବୋଲି ସୂଚନା ମିଳିଛି । ମୌସୁମୀ ଅଧିବେଶନରେ ମୋଟ୍‌ ୨୪ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ । ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ଉପସ୍ଥାପନ ହେବ । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ। ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ । ଜୁଲାଇ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ ।

Show More

Related Articles

Back to top button