ଓଡ଼ିଶା
ଶ୍ରୀହରିକୋଟାର ଲଞ୍ଚ୍ ପ୍ୟାଡରୁ ସଫଳତାର ସହ ଉତ୍କ୍ଷେପଣ ହେଲା ବିକ୍ରମ-ଏସ୍

ଶ୍ରୀହରିକୋଟାରୁ ଲଞ୍ଚ୍ ପ୍ୟାଡରୁ ସଫଳତାର ସହ ଉତ୍କ୍ଷେପଣ ହେଲା ବିକ୍ରମ-ଏସ୍ । ମହାକାଶରେ ବିରାଟ ରୂପ ଦେଖାଇଲା ଏବି ରକେଟ୍ । ଇସ୍ରୋର ସହଯୋଗରେ ସ୍କାଇରୁଟ୍ ଏୟାରୋସ୍ପେସ୍ ଏହି ରକେଟ୍କୁ ନିର୍ମାଣ କରିଥିବାବେଳେ ଏହା ଭାରତର ପ୍ରଥମ ବେସରକାରୀ ରକେଟ୍ ।
୨୦୨୦ରେ ମହାକାଶ କ୍ଷେତ୍ରରେ ଅନୁନ୍ଧାନ ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଏହି ରକେଟ୍ ନିର୍ମାଣ କାମ ଆରମ୍ଭ ହୋଇଥିଲା । ବେସରକାରୀ କମ୍ପାନୀ ସ୍କାଇରୁଟ୍ ଏୟାରୋସ୍ପେସ୍ ଅତ୍ୟାଧୁନିକ ରକେଟ୍କୁ ନିର୍ମିତ କରିଛି । ୪ବର୍ଷ ପୂର୍ବର ପ୍ରୋଜେକ୍ଟ ବିକ୍ରିମ-ଏସ୍କୁ ଆଜି ଦିନ ୧୧.୩୦ ମିନିଟ୍ରେ ପ୍ରଥର ଥର ଉତ୍କ୍ଷେପଣ କରାଯାଇଛି ।