କେବେ ଫେରିବ କୋହିନୂର ହୀରା । ବ୍ରିଟିସ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ କୋହିନୂର ହୀରାକୁ ନେଇ ଉଠିଲା ପ୍ରଶ୍ନ । ପଞ୍ଜାବର ମହାରାଜା ରଣଜିତ୍ ସିଂହ ପୁରୀର କୌଳିକ ପଣ୍ଡାଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ କୋହିନୂର ହୀରା ଦାନ କରିବା ପାଇଁ ସଂକଳ୍ପ କରିଥିଲେ । ତ କୌଳିକ ପଣ୍ଡା ହରେକୃଷ୍ଣ ପ୍ରତିହାରୀଙ୍କ ମାଧ୍ୟମରେ ଦାନ କରିବା ପାଇଁ ସଂକଳ୍ପ କରାଯାଇଥିଲା ।
ମହାରାଜା ରଣଜିତ୍ ସିଂ ୧୮୩୬ ମସିହାରେ ୫୦ ଲକ୍ଷ ବିଟ୍ରିସ ମୁଦ୍ରା ସହ କୋହିନୂର ହୀରା ଶ୍ରୀମନ୍ଦିରକୁ ଦାନ କରିବେ ବୋଲି ସଂକଳ୍ପ କରିଥିଲେ । କୌଳିକ ପଣ୍ଡାଙ୍କ ପରିବାର ପାଖରେ ଏବେ ସେହି ସଂକଳ୍ପ ପତ୍ର ରହିଛି । ରଣଜିତ୍ ସିଂହଙ୍କ ହାତଲେଖା ଦଲିଲର ନକଲ ମଧ୍ୟ ରହିଛି । ହେଲେ ଏହା ଇଂଲଣ୍ଡ ଯିବା ପରେ ଆଉ ଭାରତକୁ ଫେରିନାହିଁ ।
୨୦୨୬ ମସିହାରେ କୋହିନୂର ହୀରା ପ୍ରସଙ୍ଗରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମତ ଦେବା ପରେ ଜଗନ୍ନାଥ ସେନା ପକ୍ଷରୁ ବ୍ରିଟେନ୍ ଦୂତାବାସ ଯିବାକୁ ଯୋଜନା ହୋଇଥିଲା । ହେଲେ ଭିସା ନମିଳିବାରୁ କୋଲକାତା ସ୍ଥିତ ବ୍ରିଟେନ ଦୂତାବାସ ଯାଇ ଦାବିପତ୍ର ଦିଆଯାଇଥିଲା । କୋହିନୂର ହୀରା ଶ୍ରୀଜଗନ୍ନାଥଙ୍କ ଦାନ ଦିଆଯାଇଥିବାରୁ ଏହାକୁ ଶ୍ରୀମନ୍ଦିରକୁ ଫେରିବା ଆଣିବାର ଆବଶ୍ୟକତା ରହିଛି । ତେଣୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ହଲାଣ୍ଡିସ୍ଥିତ ଅନ୍ତର୍ଜାତୀୟ କୋର୍ଟର ଆଶ୍ରୟ ନିଆଯିବ ବୋଲି କୁହାଯାଇଛି ।
କୋହିନୂରର କଣ ରହିଛି ଯାତ୍ରା
ପ୍ରାୟ ୫ ହଜାର ବର୍ଷ ତଳେ ଆନ୍ଧ୍ରପ୍ରଦେଶ ଗୁଂଟୁରର କୋଲ୍ଲୁର କୋଇଲା ଖଣିରୁ ମିଳିଥିଲା କୋହିନୂର ହୀରା । ଏହାପରେ ହୀରା ହାସଲ କରିବାକୁ ରାଜାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ୧୩୦୪ରୁ ୧୩୦୬ ଯାଏଁ ମଲୱା ରାଜାଙ୍କ ପାଖରେ ଥିଲା ।ଏହାପରେ କୋହିନୂର କାକାଟ୍ୟ ରାଜବଂଶକୁ ଚାଲିଯାଇଥିଲା । ୧୩୨୩ରେ ମହମ୍ମଦ ବିନ୍ ତୋଗଲକ ହୀରାକୁ ନିଜ ପାଖରେ ରଖିଥିଲେ । ୧୫୨୬ରେ ମୋଗଲ ସମ୍ରାଟଙ୍କ ପାଖରେ ପହଂଚିଥିଲା କୋହିନୂର । ୧୭୩୯ରେ ନାଦୀର ଶାହା କୋହିନୂର ହୀରାକୁ ଆଫଗାନିସ୍ତାନ ନେଇଥିଲେ । ପୁଣି ଭାରତ ଆଣିଥିଲେ ଶିଖ ବୀର ରାଜା ରଣଜିତ ସିଂହ ।