Breaking PLUSଦେଶମୁଖ୍ୟ ଖବର

ମହାକୁମ୍ଭ ପରେ ଘାଟ ସଫେଇ କଲେ ଯୋଗୀ

ପ୍ରୟାଗରାଜ: ସଙ୍ଗମ କୂଳରେ ସଫେଇ କଲେ ମୁଖ୍ୟମନ୍ତ୍ରୀ ଯୋଗୀ। ମହାକୁମ୍ଭ ସରିବା ପରେ ପ୍ରୟାଗରାଜ ଘାଟରେ ଝାଡୁ ଧରି ସଫେଇ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିଜ ମନ୍ତ୍ରିମଣ୍ଡଳ ସହ ଅରେଲ ଘାଟରେ ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇ ଘାଟ ସଫା କରିବା ସହ ପାଣିରେ ପଡିଥିବା ଅଳିଆ ଏବଂ କପଡା ସବୁ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାକୁମ୍ଭ ପରେ ନଦୀ ଏବଂ ଘାଟର ସଫେଇକୁ ଗୁରୁତ୍ବ ଦେଇଛନ୍ତି ଯୋଗୀ ଏବଂ ମହାକୁମ୍ଭ ସଫଳତା ପଛରେ ଯେଉଁମାନଙ୍କ ପରିଶ୍ରମ, ତ୍ୟାଗ ରହିଛି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଆଉ ନୂଆ ଭାରତରେ ନୂଆ ୟୁପିର ପ୍ରେରଣା ମହାକୁମ୍ଭ ଦେଲା ବୋଲି କହିଛନ୍ତି । ପ୍ରୟାଗରାଜରେ ଆଜି ମାଆ ଗଙ୍ଗାଙ୍କ ପୂଜାର୍ଚ୍ଚନା ବି କରିଛନ୍ତି ଯୋଗୀ । ଗତକାଲି ମହାକୁମ୍ଭ ସରିଥିବା ବେଳେ ଆଜି ବି ଅନେକ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଅନ୍ୟପଟେ ଏହାକୁ ଲକ୍ଷ୍ୟ କରି କଂଗ୍ରେସ ଯୋଗୀ ସରକାରଙ୍କୁ ମହାକୁମ୍ଭର ସମୟ ବଢାଇବାକୁ ଦାବି କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button