Breaking PLUSଦେଶ ବିଦେଶମୁଖ୍ୟ ଖବର

ଏମାନେ ବି ପେଗାସସ ଟାର୍ଗେଟରେ । ଜାଣନ୍ତୁ କିଏ କାହିଁକି ।

ଦି ଓ୍ବାଇରର ପ୍ରକାଶିତ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ । ପେଗାସସ ଟାର୍ଗେଟରେ ଶିଳ୍ପପତି ଅନୀଲ ଅମ୍ବାନୀ, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା, ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଓ ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଏ.କେ. ଶର୍ମାଙ୍କୁ ଟାର୍ଗେଟ କରାଯାଇଛି । ଫ୍ରାନ୍ସର ନନପ୍ରଫିସ ଫରବିଡେନ ଷ୍ଟୋରିଜ ଓ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ସହଭାଗିତାରେ ଚାଲିଥିବା ଦି ଓ୍ବାଇର ପକ୍ଷରୁ କୁହାଯାଇଛି । ଅନୀଲ ଅମ୍ବାନୀଙ୍କ କେତେକ କର୍ମଚାରୀ, ଫ୍ରାନସ କମ୍ପାନୀ ଡାସଲ୍ଟ ଆଭିଏସନରର ଭାରତ ପ୍ରତିନିଧି ଭେଙ୍କଟରାଓ ରୋସିନାଙ୍କ ଫୋନକୁ ପେଗାସସ ଜରିଆରେ ଟାର୍ଗେଟ କରାଯାଇଛି । ସେହିପରି ୨୦୧୮ରେ ଆଲୋକ ବର୍ମାଙ୍କ ଫୋନ ନମ୍ବରକୁ ଟାର୍ଗେଟ କରାଯାଇଥିଲା । ସେହି ବର୍ଷ ତାଙ୍କର ଡେପୁଟି ରାକେଶ ଆସ୍ଥାନାଙ୍କ ବିରୋଧରେ ଆଲୋକ ବର୍ମା ବିଭିନ୍ନ କାରଣକୁ ନେଇ ମାମଲା ଦାୟର କରିଥିଲେ । ସିବିଆଇରେ ବିବାଦ ପରେ ଏ.କେ. ଶର୍ମାଙ୍କୁ ଅନ୍ୟ ଏକ ବିଭାଗକୁ ବଦଳି କରିଦିଆଯାଇଥିଲା । ଆଲୋକ ବର୍ମାଙ୍କ କିଛି ପରିବାର ସଦସ୍ୟଙ୍କ ଫୋନ ବି ଟାର୍ଗେଟରେ ଥିଲା ବୋଲି କୁହାଯାଇଛି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ତାଙ୍କର ସମସ୍ତ ଫୋନକୁ ପେଗାସସ ଜରିଆରେ ଟ୍ୟାପ କରାଯାଇଛି । ଏନେଇ ଗୁଇନ୍ଦା ବିଭାଗଠାରୁ ତାଙ୍କ ନିକଟକୁ ସୂଚନା ଆସିଛି ବୋଲି ସେ କହିଛନ୍ତି । ଏହି ଘଟଣାରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି ।…,

Show More

Related Articles

Back to top button