Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବରରାଜନୀତି

୧୦ ବର୍ଷରେ ଗୁଟଖା, ପାନମସଲା ଓ ସିଗାରେଟ୍‌ରୁ ୭୩୪୬ କୋଟିର ଟିକସ

 

ଭୁବନେଶ୍ୱର: ଗୁଟଖା, ପାନମସଲା ଓ ସିଗାରେଟ୍‌ ଭଳି ତମାଖୁଜାତ ଦ୍ରବ୍ୟରୁ ଗତ ୧୦ ବର୍ଷରେ ଓଡ଼ିଶା ସରକାର ୭ ହଜାର ୩୪୬ କୋଟି ୩୧ ଲକ୍ଷ ଟଙ୍କାର ଟିକସ ଆଦାୟ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲିଖିତ ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଅନ୍ୟପଟେ ବିଭିନ୍ନ ରାଜ୍ୟରୁ ମଧ୍ୟ ଓଡ଼ିଶାକୁ ବିପୁଳ ପରିମାଣର ଗୁଟଖା, ପାନମସଲା ଓ ସିଗାରେଟ୍‌ ଆସୁଛି। ଗତ ୧୦ ବର୍ଷ ମଧ୍ୟରେ ୧୯ଟି ରାଜ୍ୟରୁ ମୋଟ ୧୧ ହଜାର ୨୦୫ କୋଟି ୬୨ ଲକ୍ଷ ୨୯ ହଜାର ୫୬୫ ଟଙ୍କା ମୂଲ୍ୟର ଏହି ସବୁ ତମାଖୁଜାତ ଦ୍ରବ୍ୟ ଓଡ଼ିଶାକୁ ଆସିଛି।

ତଥ୍ୟ ଅନୁସାରେ, ପଶ୍ଚିମବଙ୍ଗରୁ ସର୍ବାଧିକ ପରିମାଣର ଗୁଟଖା ଓ ପାନମସଲା ଆସିଛି। ଏହାର ମୂଲ୍ୟ ପ୍ରାୟ ୬୬୮ କୋଟି ଟଙ୍କା। ଏହାଛଡ଼ା ଦେଶ ବାହାରୁ ମଧ୍ୟ ପ୍ରାୟ ୭ କୋଟି ଟଙ୍କା ମୂଲ୍ୟର ତମାଖୁଜାତ ଦ୍ରବ୍ୟ ଓଡ଼ିଶାକୁ ଆସିଥିବା ବିଧାନସଭାରେ ସରକାର ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଲିଖିତ ଉତ୍ତରରୁ ତମାଖୁଜାତ ଦ୍ରବ୍ୟରୁ ରାଜ୍ୟର ଟିକସ ଆଦାୟ ଏବଂ ଅନ୍ୟ ରାଜ୍ୟରୁ ଏହାର ଆମଦାନି ସମ୍ପର୍କିତ ତଥ୍ୟ ସ୍ପଷ୍ଟ ହୋଇଛି।

Show More

Related Articles

Back to top button