
ଆଜିଠାରୁ ଖୋଲିବ ଶିକ୍ଷାନୁଷ୍ଠାନ,ରାଜ୍ୟରେ କରୋନା ସଂକ୍ରମଣରେ କ୍ରମଶଃ ହ୍ରାସ ଯୋଗୁଁ ଅଷ୍ଟମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରାୟ ମାସକ ପରେ ଅଷ୍ଟମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ଆରମ୍ଭ ହେବ । ଅଷ୍ଟମ ଛାତ୍ରଛାତ୍ରୀଙ୍କର ପାଠପଢା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହେବ। ସେହିପରି ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଠପଢା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବା ସହ ଅପରାହ୍ନ ୪ଟାରେ ଶେଷ ହେବ।
ଅନୁରୂପ ଭାବେ ଉଚ୍ଚଶିକ୍ଷା ବିଭାଗ ଅଧୀନେର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ପାଠପଢା ହେବ।
ବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସ ପରିସର ସଫା ସରିଥିବାବେଳେ ଏହାକୁ ଅନୁଧ୍ୟାନ କରିଛନ୍ତି ସ୍ଥାନୀୟ ଜିଲା ଓ ବ୍ଲକ ଶିକ୍ଷା ଅଧିକାରୀ। ଛାତ୍ରୀମାନେ ଅଭିଭାବକଙ୍କ ଅନୁମତି ଆଣି ବିଦ୍ୟାଳୟ ଆସିବେ। ଯେଉଁ ବିଦ୍ୟାର୍ଥୀ ବିଦ୍ୟାଳୟ ନ ଆସିବେ ସେମାନେ ଘରେ ରହି ଅନ୍ଲାଇନ୍ରେ ମଧ୍ୟ ପଢିପାରିବେ।
ଅନ୍ୟପକ୍ଷରେ ବ୍ଲକ ଓ ଜିଲା ସ୍ତରରେ ମଧ୍ୟ ବିଦ୍ୟାଳୟ ସ୍ଥିତି ପରଖିବାକୁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ଏହି ଦଳ ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ଯାଞ୍ଚ କରିବ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆସନ୍ତାକାଲିଠାରୁ ପାଠପଢା ସ୍ବାଭାବିକ ହେବ। ଏହାକୁ ଦୃଷ୍ଟିରେ ରଖି କଟକଣା ପାଳନ କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।