Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ପ୍ରବେଶ ଉତ୍ସବ ପାଇଁ ପ୍ରସ୍ତୁତି ତେଜ, ପିଲାଙ୍କ ଘରକୁ ପହଞ୍ଚିବ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର

ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷ ଅବସରରେ ରାଜ୍ୟରେ ଏପ୍ରିଲ୍ ୨ରୁ ୫ ତାରିଖ ପର୍ଯ୍ୟନ୍ତ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ତେଜ ହୋଇଛି। ଏହି ପର୍ବକୁ ଗୌରବମୟ ଓ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ପିଲାମାନଙ୍କ ଘରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିମନ୍ତ୍ରଣ ପତ୍ରଗୁଡ଼ିକୁ ଶିକ୍ଷକମାନେ ସିଧାସଳଖ ବଣ୍ଟନ କରିବେ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଜାରି ହୋଇଛି। ଓଡ଼ିଶା ଶିକ୍ଷା ସର୍ବେକ୍ଷଣ (ଚାଇଲ୍ଡ ଟ୍ରାକିଂ ସର୍ଭେ)ର ତଥ୍ୟକୁ ଆଧାର କରି ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା କାର୍ଯ୍ୟ ସମ୍ପାଦନ କରାଯିବ। ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରି-ସ୍କୁଲ ମାଧ୍ୟମରେ ସଂଗ୍ରହ ହୋଇଥିବା ତଥ୍ୟକୁ ଏଥିରେ ବ୍ୟବହାର କରାଯିବ।
ପାରମ୍ପରିକ ରୀତିନୀତି ଅନୁଯାୟୀ ପିଲାମାନେ ଖଡ଼ି ଛୁଇଁ ପାଠପଢ଼ାର ଆରମ୍ଭ କରିବେ ଏବଂ ବିଦ୍ୟାଳୟରେ ଫୁଲ-ଚନ୍ଦନ ସହ ସ୍ୱାଗତ କରାଯିବା ସହ ଶିକ୍ଷା ସାମଗ୍ରୀ କିଟ୍ ବଣ୍ଟନ କରାଯିବ। ସେହିପରି ‘ଆସ ସ୍କୁଲ ଯିବା’ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ବାହାରେ ରହିଥିବା ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷା ପ୍ରବାହରେ ଆଣିବାରେ ଗୁରୁତ୍ୱ ଦିଆଯାଇଛି।
ବିଭାଗ ପକ୍ଷରୁ ଜଣାଇଦିଆଯାଇଛି ଯେ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଜାରି ରହିବ।

Show More

Related Articles

Back to top button