Breaking PLUSଅପରାଧଦୁର୍ଘଟଣା

ପତ୍ନୀକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲା ନୃଶଂସ ସ୍ୱାମୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାହିତୁରୁଣା ପଞ୍ଚାୟତ ଦରା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଏଠାରେ ପତ୍ନୀକୁ ହତ୍ୟାକରି ପୋଖରୀରେ ଫିଙ୍ଗିଦେଲା ନୃଶସ ସ୍ୱାମୀ। ଦରା ଗାଁର ଧନେଶ୍ୱର ନାୟକ ନାମକ ଯୁବକ ଗତ ଶୁକ୍ରବାର ରାତିରେ ତାଙ୍କ ପତ୍ନୀ କୁନିଲତା ନାୟକଙ୍କୁ ହତ୍ୟାକରି ତାଙ୍କ ଗୋଡ଼ ଏବଂ ବେକରେ ଚିପ୍ସ ଭର୍ତ୍ତି ଅଖାରେ ବାନ୍ଧି ଘର ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗିଦେଇ କେଉଁଆଡ଼େ ପଳାଇଯାଇଥିଲେ। ଗ୍ରାମବାସୀମାନେ ଖବର ପାଇ ତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ସିମୁଳିଆ ଥାନାରେ ଅଭିଯୋଗ କରିବା ସହିତ କୁନିଙ୍କୁ ଖୋଜାଖୋଜି କରିଥିଲେ। ଆଜି କୁନିଙ୍କ ବାପଘର ଲୋକଙ୍କ ସମେତ ଗ୍ରାମବାସୀମାନେ ଖୋଜାଖୋଜି କରିବା ପରେ ତାଙ୍କ ଘର ନିକଟରେ ଥିବା ଏକ ଗାଡ଼ିଆରୁ କୁନିଙ୍କ ମୃତଦେହ ଉଦ୍ଧାର ହୋଇଥିଲା।ଖବର ପାଇ ସିମୁଳିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପୁଲିସ ଫେରାର ହୋଇଯାଇଥିବା ଧନେଶ୍ୱର ନାୟକଙ୍କୁ ଖୋଜୁଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Show More

Related Articles

Back to top button