Breaking PLUSଅପରାଧଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ଯନ୍ତରମନ୍ତରରୁ ପ୍ରତିବାଦ ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରମୁଖ ପ୍ରତିବାଦ ସ୍ଥଳ ଯନ୍ତରମନ୍ତରକୁ ନେଇ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପ୍ରତିବାଦ ସ୍ଥଳ ତାଲିକାରୁ ଯନ୍ତରମନ୍ତରକୁ ହଟାଇବା ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌ ଜାରି କରିଛନ୍ତି। ଏହି ନିଷ୍ପତ୍ତି ନେଇ ଉଭୟ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ କୁହାଯାଇଛି।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଅଦାଲତ କହିଛନ୍ତି ଯେ ପ୍ରଥମେ କେନ୍ଦ୍ର ସରକାରଙ୍କ ମତାମତ ଶୁଣାଯିବ। ମିଳୁଥିବା ଉତ୍ତରରେ ସନ୍ତୁଷ୍ଟ ନହେଲେ ଆଇନ ଅନୁଯାୟୀ ଆଗକୁ ପଦକ୍ଷେପ ନିଆଯିବ।

ଏହି ମାମଲାରେ ପ୍ରତିବାଦ ସମୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ, ଓକିଲ ଓ ସାମ୍ବାଦିକଙ୍କୁ ଅଟକ ରଖିବା ଏବଂ ହଇରାଣ କରାଯିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଦିଲ୍ଲୀରେ ପ୍ରତିବାଦ ଓ ରାଲି ଯୋଗୁଁ ଉତ୍ସବ ଋତୁରେ ବ୍ୟବସାୟ କ୍ଷତିଗ୍ରସ୍ତ ହେଉଥିବା ଦୋକାନୀଙ୍କ ପକ୍ଷରୁ ଅଦାଲତରେ ଯୁକ୍ତି ରଖାଯାଇଛି।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଛନ୍ତି ଯେ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିସ ଆଧାରରେ ଯନ୍ତରମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍‌ ଦେବା ନିଷ୍ପତ୍ତି ନିଆଯାଇଥିଲା। ନାଗରିକଙ୍କ ପ୍ରତିବାଦ ଅଧିକାରକୁ ସମ୍ମାନ ଦେଇ ଏକ ବିକଳ୍ପ ସ୍ଥାନ ଚିହ୍ନଟ କରିବା ଏହି କମିଟିର ଉଦ୍ଦେଶ୍ୟ ଥିଲା।

Show More

Related Articles

Back to top button