Breaking PLUSଓଡ଼ିଶାମୁଖ୍ୟ ଖବର

୧ହଜାର ୮୮୯ ଅଙ୍ଗନବାଡି ଗୃହ ଲୋକାର୍ପଣ

ଭୁବନେଶ୍ୱର- ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ କରକମଳରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ୧୮୮୯ଟି ନବନିର୍ମିତ ଅଙ୍ଗନୱାଡ଼ି କେନ୍ଦ୍ରର ସାମୂହିକ ଶୁଭ ଉଦଘାଟନ କରାଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ୟୁନିଟି ସେଣ୍ଟର ଏବଂ ଭଡା ଘରେ ଚାଲୁଥିବା ଏହି ଅଙ୍ଗନବାଡି ଆସନ୍ତାକାଲିଠାରୁ ନିଜସ୍ବ ଗୃହରେ ଚାଲିବ।

ଏହାସହିତ ଆସନ୍ତା ଜୁଲାଇ ମାସରେ ଅଢେଇ ହଜାର ଅଙ୍ଗନବାଡି ଘର ଲୋକାର୍ପଣ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ। ୨୦୨୭ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡି ନିଜସ୍ବ ଘରେ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି।

Show More

Related Articles

Back to top button