Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
୨୦୨୫ ରେ ଅପରାଧୀକ କାର୍ଯ୍ୟକଳାପକୁ ନେଇ ଶ୍ୱେତପତ୍ର ପ୍ରକାଶିତ

ଭୁବନେଶ୍ୱର, 25 ମାର୍ଚ୍ଚ- ୨୦୨୫ ରେ ଅପରାଧୀକ କାର୍ଯ୍ୟକଳାପକୁ ନେଇ ଶ୍ୱେତପତ୍ର ପ୍ରକାଶିତ ପାଇଛି । ୨୦୨୫ ଅପରାଧୀକ କାର୍ଯ୍ୟକଳାପକୁ ନେଇ ଗୃହ ବିଭାଗ ଶ୍ୱେତପତ୍ର ଜାରି କରିଛି । ୨୦୨୫ ମସିହାରେ ୨,୨୯,୮୮୧ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି । ୧୩୦୪ ହତ୍ୟା, ୩୫୩ ଡକାୟତି, ୧୮୦୨ ଲୁଣ୍ଠନ, ୬,୨୮୨ ସିନ୍ଧି ଚୋରି ହୋଇଛି ।

ସେହିପରି ୬୦୫୩ ପ୍ରତାରଣା, ୧୦୯୫ଟି ଦଙ୍ଗା, ୨୯୯୪ ଦୁଷ୍କର୍ମ ମାମଲା ହୋଇଥିବା ବେଳେ ୧୨, ୭୮୨ ମୋଟର ଦୁର୍ଘଟଣା ମଧ୍ୟ ପଞ୍ଜିକୃତ ହୋଇଛି । ୧ ଲକ୍ଷ ୯୮ ହଜାର ୫୧୩ଟି ମାମଲା BNS ଅନୁଯାୟୀ ପଞ୍ଜିକୃତ ହୋଇଛି ।



