Breaking PLUSଓଡ଼ିଶାମୁଖ୍ୟ ଖବର

୩୬ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ନକଲି ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟର ମୋଟ ୩୬ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଦରମା ବନ୍ଦ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଧାର୍ଯ୍ୟ ସମୟ ମଧ୍ୟରେ ତାଲିକା ନଦେବା ଯୋଗୁଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ନକଲି ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟର ମୋଟ ୩୬ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଦରମା ବନ୍ଦ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଧାର୍ଯ୍ୟ ସମୟ ମଧ୍ୟରେ ତାଲିକା ନଦେବା ଯୋଗୁଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସବୁଠାରୁ ବଡ଼କଥା ହେଲା ରାଜ୍ୟର ବିଭିନ୍ନ ଜିଲାର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ମାଳମାଳ ପ୍ରମାଣପତ୍ର ଧରି ଯାଞ୍ଚ କରିବାକୁ ପହଞ୍ଚୁଛନ୍ତି କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ। ଦୁଇ ବିଇଓଙ୍କ ବିରୋଧରେ ନକଲି ପ୍ରମାଣ ପତ୍ର ଦାଖଲ ଅଭିଯୋଗ ଥିବା‌େ‌ବଳେ ତାଙ୍କୁ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଦାୟିତ୍ବ ଦିଆଯାଇଛି।
ସୂଚନା ଅନୁଯାୟୀ ଗତମାସ ୩୧ ସୁଦ୍ଧା ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଥିଲା। ୪ ଥର ତଥ୍ୟ ମଗାଯାଇଥିଲେ ମଧ୍ୟ ବହୁ ଶିକ୍ଷକ ଅଧିକାରୀ ତଥ୍ୟ ଦାଖଲ କରି ନଥିଲେ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ନିର୍ଦେଶାଳୟ ପକ୍ଷରୁ ସଂପୃକ୍ତ ଜିଲା କୋଷାଗାର ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ମୋଟ ୧୨ ଜିଲାର ୩୬ ବ୍ଲକ ଶିକ୍ଷା ଅଧିକାରୀଙ୍କ ସେପ୍ଟେମ୍ବର ୨୦୨୧ରୁ ଦରମା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି।
ଦରମା ବନ୍ଦ ହୋଇଥିବା ଶିକ୍ଷା‌ ଅଧିକାରୀଙ୍କ ତାଲିକାରେ ଯାଜପୁର ଜିଲାର ୩, କଟକର ୨, ଗଞ୍ଜାମର ସର୍ବାଧିକ ୧୦, କଳାହାଣ୍ଡିର ୪, ନୟାଗଡ଼ର ୨, ଭଦ୍ରକର ଏକ, କନ୍ଧମାଳର ୧, ଖୋର୍ଦ୍ଧା ଜିଲା ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ, ଢେଙ୍କାନାଳର ୨, ନବରଙ୍ଗପୁରର ୩, ସୁନ୍ଦରଗଡ଼ର ୪ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ବାଲେଶ୍ବର ଜିଲାର ଦୁଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ବିରୋଧରେ ନକଲି ପ୍ରମାଣପତ୍ର ଦାଖଲ ନେଇ ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ତାଙ୍କ ପ୍ରମାଣପତ୍ର ଯାଞ୍ଚ ସରି ନଥିବାବେଳେ ତାଙ୍କୁ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ କୁହାଯାଇଛି। ନିର୍ଦେଶାଳୟ ପକ୍ଷରୁ ଏହି ଦୁଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି।

Show More

Related Articles

Back to top button