ମୁଖ୍ୟ ଖବରଶିକ୍ଷା

ବଢ଼ିଲା CPET ପରୀକ୍ଷା ଆବେଦନର ସମୟ ସୀମା

CPET (Common PG Entrance Test) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି । ଆବେଦନର ସମୟ ସୀମାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ସିପିଇଟି ପରୀକ୍ଷା ଆବେଦନ ପାଇଁ ମାର୍ଚ୍ଚ ୧୫ ତାରିଖ ଶେଷ ତାରିଖ ରହିଥିଲା। ବର୍ତ୍ତମାନ ଛାତ୍ରୀଛାତ୍ରମାନେ ରାତି ୧୮ ତାରିଖ ୧୧ଟା୪୫ ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ ଫର୍ମ ପୂରଣ କରିପାରିବେ । ଛାତ୍ରୀଛାତ୍ରମାନଙ୍କ ଦୃଷ୍ଟିକୁ ଦେଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ପ୍ରଥମେ ଛାତ୍ରୀଛାତ୍ରମାନଙ୍କୁ ସିପିଇଟି ପରୀକ୍ଷା ଦେବାକୁ ପଡ଼ିବ । ଏପ୍ରିଲ ମାସ ୨୭ ତାରିଖରୁ ମେ’ ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ସିପିଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ମାର୍କ ଆଧାରରେ ଛାତ୍ରୀଛାତ୍ରମାନଙ୍କୁ ପାଠ୍ୟକ୍ରମ ପାଇଁ ଚୟନ କରାଯିବ।

Show More

Related Articles

Back to top button