Breaking PLUSଓଡ଼ିଶାମୁଖ୍ୟ ଖବର
2024-25 ବର୍ଷରେ 515 ଟି ଅବୈଧ ଗଛ କଟା ମାମଲା ରୁଜୁ

ଭୁବନେଶ୍ୱର, ୩୧ ମାର୍ଚ୍ଚ – ମାତିଛନ୍ତି କାଠ ମାଫିଆ । 2024-25 ବର୍ଷରେ 515 ଟି ଅବୈଧ ଗଛ କଟା ମାମଲା ରୁଜୁ ହୋଇଛି ।ଗଛ କାଟି ପରିବେଶକୁ ନଷ୍ଟ କରୁଥିବା 258 ଜଣ ଗିରଫ ହୋଇଛନ୍ତି । ସେହିପରି 2025-26ରେ 428 ଗୋଟି ମାମଲା ରୁଜୁ କରାଯାଇଛି । ଯେଉଁଥିରେ 208 ଜଣ ଗଛକାଠ ମାଫିଆଙ୍କୁ ଗିରଫ କରାଯାଇଛି । 2024-25 ବର୍ଷରେ 614.8048 କ୍ୟୁବିକ ମିଟର କାଠ ଏବଂ 142 ଗୋଟି ଯାନ ଜବତ କରାଯାଇଛି । 2025-26 ବର୍ଷରେ 492.5392 କ୍ୟୁବିକ ମିଟର କାଠ ଏବଂ 139 ଗୋଟି ଯାନ ଜବତ କରାଯାଇଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।



