Breaking PLUSଦେଶ ବିଦେଶମୁଖ୍ୟ ଖବର

ଗ୍ୟାସ କଳାବଜାରୀ ବିରୋଧରେ ଚଢ଼ାଉ, ୩୮ ସିଲିଣ୍ଡର ଜବତ; କୋଠା ସିଲ୍

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବରେ ଦେଶ ଓ ରାଜ୍ୟରେ ରନ୍ଧନ ଗ୍ୟାସ୍‌ ଓ ପେଟ୍ରୋଲିୟମ ପଦାର୍ଥର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି। ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ କଳାବଜାରୀ କରୁଥିବା ଅଭିଯୋଗ ମିଳିଛି। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉମରକୋଟ ସହରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସହରର କିଛି ହୋଟେଲ ଓ ଘରେ ତଲାଶି ଚାଲିଥିବା ବେଳେ ୨୯ଟି ଘରୋଇ ଓ ୯ଟି ବ୍ୟବସାୟିକ ଖାଲି ସିଲିଣ୍ଡର ଜବତ କରାଯାଇଛି।

ସୂଚନା ଅନୁସାରେ, ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତନାତନି ଯୋଗୁଁ ଭାରତକୁ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି। ଏହାକୁ ଲକ୍ଷ୍ୟ କରି କିଛି ବ୍ୟବସାୟୀ ଅବୈଧ ଭାବେ ସିଲିଣ୍ଡର ସଂଗ୍ରହ କରି ଉଚ୍ଚ ଦାମରେ ବିକ୍ରି କରୁଥିବା ଅଭିଯୋଗ ରହିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିମାନଙ୍କଠାରୁ ସିଲିଣ୍ଡର ଜବତ କରାଯାଇଛି, ସେମାନେ ଯଦି ଉପଯୁକ୍ତ ପ୍ରମାଣପତ୍ର ଦେଖାଇବେ, ତେବେ ସେଗୁଡ଼ିକୁ ଫେରାଇ ଦିଆଯିବ।

ସେହିପରି ସନ୍ତୋଷୀ ନଗର ଅଞ୍ଚଳରେ ଗ୍ୟାସ ମଜୁତ ଥିବା ସୂଚନା ପାଇ ଏକ ବନ୍ଦ କୋଠାରେ ଚଢ଼ାଉ କରାଯାଇଥିଲା। ସେଠାରେ ଚାବି ପଡ଼ିଥିବାରୁ ସନ୍ଦେହ ହୋଇ କୋଠାଟିକୁ ସିଲ୍ କରାଯାଇଛି। ପୋଲିସର ଉପସ୍ଥିତିରେ ଏହାକୁ ଖୋଲାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। ଆଗାମୀ ଦିନରେ ଏପରି କଳାବଜାରୀ ବିରୋଧରେ ଆହୁରି କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସତର୍କ କରିଛି।

Show More

Related Articles

Back to top button