
ସୁନ୍ଦରଗଡ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସାନ ପତ୍ରାପାଲି କେନ୍ଦାମାଲ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଡାହାଣୀ ସନ୍ଦେହରେ ମହାଦେବ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି।
ସୂଚନା ଅନୁସାରେ, ସକାଳ ପ୍ରାୟ ୧୧.୧୫ ସମୟରେ ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୋଲିସ ଚାରି ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି।
ଘଟଣାସ୍ଥଳରେ ସଦର ଏସଡିପିଓ ନିର୍ମଳ ମହାପାତ୍ର ନିଜେ ପହଞ୍ଚି ତଦନ୍ତ କରୁଛନ୍ତି। ଅଭିଯୋଗ ଅନୁସାରେ, ହତ୍ୟାକାରୀମାନେ ନିଆଁ ଫୁଙ୍କନଳା, ଲାଠି ଓ ଛୁରୀ ଦ୍ୱାରା ଆକ୍ରମଣ କରିଥିଲେ।
ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ, ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।



