ମୁଖ୍ୟ ଖବରରାଜନୀତି

ସନ୍ଧ୍ୟା ୭ଟା ସୁଦ୍ଧା ତାମିଲନାଡୁରେ ୮୪.୪୧ % ମତଦାନ, ପଶ୍ଚିମବଙ୍ଗରେ ୯୧.୪୬

ନୂଆଦିଲ୍ଲୀ: ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଆଜି ଉତ୍ସାହମୟ ମତଦାନ ସମ୍ପନ୍ନ ହୋଇଛି। ଦୁଇ ରାଜ୍ୟରେ ମତଦାତାମାନଙ୍କ ଭାଗିଦାରି ଦେଖିବାକୁ ମିଳିଥିବା ସହ ବମ୍ପର ଭୋଟିଂ ରେକର୍ଡ ହୋଇଛି।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ସକାଳୁଠାରୁ ମତଦାତାମାନେ ପୋଲିଂ ବୁଥରେ ଲମ୍ବା ଧାଡ଼ିରେ ଠିଆ ହୋଇ ନିଜ ମତାଧିକାର ପ୍ରୟୋଗ କରିଥିଲେ। ଅନ୍ୟପଟେ ତାମିଲନାଡୁରେ ସମସ୍ତ ୨୩୪ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା।

ସନ୍ଧ୍ୟା ୬ଟାରେ ଆନୁଷ୍ଠାନିକ ଭାବରେ ମତଦାନ ଶେଷ ହୋଇଥିବା ବେଳେ, ସମସ୍ତ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିଲା। ଉଭୟ ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ କଠୋର ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇଥିଲା।

ମତଦାନ ହାର ଦୃଷ୍ଟିରୁ ଏହି ନିର୍ବାଚନ ବିଶେଷ ଆକର୍ଷଣ କରିଛି। ସନ୍ଧ୍ୟା ୭ଟା ସୁଦ୍ଧା ପଶ୍ଚିମବଙ୍ରେ ୯୧.୪୬ ପ୍ରତିଶତ ଓ ତାମିଲନାଡୁରେ ୮୪.୪୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଏହା ପୂର୍ବରୁ ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ପ୍ରାୟ ୯୦ ପ୍ରତିଶତ ଏବଂ ତାମିଲନାଡୁରେ ୮୨.୨୪ ପ୍ରତିଶତ ଭୋଟିଂ ହୋଇଥିଲା।

ବ୍ୟାପକ ମତଦାନ ଦେଖି ରାଜନୈତିକ ମହଳରେ ଉତ୍ସୁକତା ବଢ଼ିଛି। ଏବେ ସମସ୍ତଙ୍କ ଦୃଷ୍ଟି ଗଣନା ଦିନରେ ଫଳାଫଳ ଉପରେ ରହିଛି, ଯାହା ଦୁଇ ରାଜ୍ୟର ରାଜନୈତିକ ଭବିଷ୍ୟତକୁ ନିର୍ଣ୍ଣୟ କରିବ।

Show More

Related Articles

Back to top button