Breaking PLUSଓଡ଼ିଶାମୁଖ୍ୟ ଖବର
କରୋନା କଟକଣା ମଧ୍ୟରେ ପାଳିତ ହେବ ଚଳିତ ବର୍ଷର ଯୋରନ୍ଦା ମେଳା
କରୋନା ସଂକ୍ରମଣ ବଢିବା ଆଶଙ୍କାରେ ଢେଙ୍କାନାଳ ଯୋରନ୍ଦା ମେଳା ପାଇଁ କଟକଣା । ଯୋରନ୍ଦା ମେଳାକୁ କେବଳ କୋଭିଡ୍ ନେଗେଟିଭ୍ ଥିବା ଢେଙ୍କାନାଳ ଜିଲ୍ଲାର ସାଧୁସନ୍ଥଙ୍କୁ ଅନୁମତି ମିଳିବ । ସାଧାରଣ ଲୋକ, ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ସାଧୁସନ୍ଥଙ୍କୁ ବାରଣ କରାଯାଇଛି । ଯୋରନ୍ଦା ମେଳାରେ ବହୁ ଲୋକଙ୍କ ସମାଗମ ହେଲେ ଜିଲ୍ଲାରେ କରୋନା ବ୍ୟାପିବା ସମ୍ଭାବନା ରହିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଯୋରନ୍ଦା ମେଳାରେ କେବଳ ରୀତିନୀତି ପାଳନ କରାଯିବ । ଗାଦି ମନ୍ଦିରରେ ଝାଡ ଜଳିବା ସମୟରେ ସାମାଜିକ ଦୂରତା ପାଳନ କରାଯିବ । ମନ୍ଦିର ମଧ୍ୟରୁ ଏକାଥରେ ସର୍ବାଧିକ ୫୦ ଜଣଙ୍କୁ ୧୦ ମିନିଟ୍ ପାଇଁ ମନ୍ଦିର ବେଢା ଭିତରେ ରହିବାକୁ ଅନୁମତି ଦିଆଯିବ । ସମସ୍ତ ସାଧୁସନ୍ଥ ମାସ୍କ ପିନ୍ଧି, ନେଗେଟିଭ୍ ରିପୋର୍ଟ ଦେଖାଇ ସାମାଜିକ ଦୂରତା ପାଳନ କରି ଯୋରନ୍ଦା ମେଳା ପରିସରକୁ ପ୍ରବେଶ କରିପାରିବେ ।