ଦୁଇଟି ପର୍ୟ୍ୟାୟରେ ପରୀକ୍ଷା କରାଯିବ। ସକାଳ ୮ଟାରୁ ୧୦ଟା ୩୦ ପର୍ୟ୍ୟନ୍ତ ଏବଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ପରୀକ୍ଷା ହେବ। ପରୀକ୍ଷାରେ କରୋନା କଟକଣା କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପୁଲିସ ମହାନିର୍ଦେଶକଙ୍କ ସମେତ ସମସ୍ତ ଜିଲାପା ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି।ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପରୀକ୍ଷା ସୁପରିଚାଳନା ପାଇଁ ଅନୁରୋଧ କରିଛନ୍ତି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି। ଓଟିଇଟି ପାଇଁ ହୋଇଥିବା କେନ୍ଦ୍ରଗୁଡ଼ିକ ଜିଲା ଓ ସବ୍ଡିଭିଜନାଲ ସ୍ତରରେ କରାଯାଇଛି। ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ତୃଣମୂଳ ସ୍ତରରେ କାର୍ୟ୍ୟରତ ଅଧିକାରୀଙ୍କୁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ପରୀକ୍ଷା କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିଚାଳନା ଦିଗରେ ପଦକ୍ଷେପ ନେବା ସହ ସବୁ ପରୀକ୍ଷା କେନ୍ଦ୍ରରେ ଇନ୍ଭିଜିଲେଟର ଓ ଅବଜରଭର୍ ନିଯୁକ୍ତ ପାଇଁ କୁହାଯାଇଛି।