ବନ୍ଦ ହେବ ନନ୍ଦନକାନନ । ମେ ପହିଲାରୁ ଦର୍ଶକଙ୍କ ପାଇଁ ନନ୍ଦନକାନନ, ସଫାରୀ ବନ୍ଦ ରହିବ । ଏହାସହ ବଟାନିକାଲ ମଧ୍ୟ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।ସୂଚନାନୁସାରେ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ ଗତ ଅକ୍ଟୋବର ୪ ତାରିଖରେ ଖୋଲିଥିଲା ନନ୍ଦନକାନନ। ଏହାର ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିଥିଲା। କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ରହିଛି ।
ବାଇରସର ନୁଆ ମ୍ୟୁଟାଣ୍ଟ ଅଧିକ ଘାତକ ହୋଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଡିଚାଲିଛି । ୨୪ ଘଣ୍ଟାରେ ୮୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୧୪ ଜଣ ପ୍ରାଣ ହରାଇଛନ୍ତି । ଏପରିକି ସଂକ୍ରମଣ ରୋକିବାକୁ ଅନେକ ଐତିହ୍ୟସ୍ଥଳୀକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।ତେବେ ମେ ୧ରୁ ନନ୍ଦନକାନନକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହାସହ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିବ ନାହିଁ । ମେ ୧୫ ଯାଏଁ ଦର୍ଶକଙ୍କ ପାଇଁ ଏହି ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯିବ ।