Breaking PLUSଦେଶ ବିଦେଶମୁଖ୍ୟ ଖବର

ଉତ୍ତରପ୍ରଦେଶ କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୭ମୃତ,୨୦ରୁ ଅଧିକ ଆହତ

ଉତ୍ତରପ୍ରଦେଶ କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଜଣାପଡିଛି। ଗତକାଲି ରାତିରେ ଏକ ଲୋଡରକୁ ଯାତ୍ରୀବାହୀ ବସ ଧକ୍କା ଦେବା ଫଳରେ ବସଟି ନିୟନ୍ତ୍ରଣ ହରାଇ ଏକ ପୋଲ ତଳକୁ ଖସି ପଡିବା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

ଉତ୍ତରପ୍ରଦେଶ କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଜଣାପଡିଛି। ଗତକାଲି ରାତିରେ ଏକ ଲୋଡରକୁ ଯାତ୍ରୀବାହୀ ବସ ଧକ୍କା ଦେବା ଫଳରେ ବସଟି ନିୟନ୍ତ୍ରଣ ହରାଇ ଏକ ପୋଲ ତଳକୁ ଖସି ପଡିବା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଉକ୍ତ ବସଟି ଲକ୍ଷ୍ନୌରୁ ଦିଲ୍ଲୀ ଯିବା ସମୟରେ କାନପୁର ଥାନା ସଞ୍ଚିଡୀ ନିକଟରେ ଥିବା ଏକ କାରଖାନା ସମ୍ମୁଖରେ ଏହି ସଡକ ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ ଅନେକ ଶ୍ରମିକ ରହିଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଯୋଗାଇବା ସହ ଦୁର୍ଘଟଣାର କାରଣ ଓ ସଠିକ ତଦନ୍ତ ପାଇଁ ଉଚ୍ଚ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button