ଶିକ୍ଷକଙ୍କୁ ପଥରରେ ଛେଚି ହତ୍ୟା
କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଆଡାସୀପଡ଼ା ନିକଟସ୍ଥ ପୁଡୁନିସୁଗା ଠାରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ବଡଭୂଇଁ ଗ୍ରାମର ସୁଜିତ ସାହାଣୀ (୨୭)।

କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଆଡାସୀପଡ଼ା ନିକଟସ୍ଥ ପୁଡୁନିସୁଗା ଠାରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ବଡଭୂଇଁ ଗ୍ରାମର ସୁଜିତ ସାହାଣୀ (୨୭)।
ସୂଚନା ଅନୁଯାୟୀ, ମଙ୍ଗଳବାର ସୁଜିତ ଏକ ଭୋଜି କାର୍ଯ୍ୟରେ ଯୋଗ ଦେବା ପାଇଁ ଲାଇନପଡା ଯାଇଥିଲେ । ସେଠାରେ କିଛି ସ୍ଥାନୀୟ ଯୁବକଙ୍କ ସହ ତାଙ୍କର କୌଣସି କାରଣ ନେଇ ବଚସା ହୋଇଥିଲା। ଉକ୍ତ ଯୁବକମାନେ ସେଠାରୁ ଆସି ପୁଡୁନିସୁଗା ଗାଁ ପାଖ ପତ୍ରପୋଡି ରାସ୍ତାରେ କାଠପକାଇ ଜଗି ରହିଥିଲେ। ସୁଜିତ ଓ ବିଦେଇ ସାହାଣୀ ଭୋଜି କାମ ସାରି ନିଜ ଘର ବଡଭୂଇଁକୁ ଫେରୁଥିଲେ।
ଫେରିବା ବଟରେ ଅର୍ଥାତ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ରାସ୍ତାରେ ଜଗିରହିଥିବା ଯୁବକମାନେ ଏହି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ମାନେ ସୁଜିତଙ୍କୁ ଏକ ପଥରରେ ଛେଚି ଦେବା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ପକ୍ଷରେ ବିଦେଇ ସାହାଣୀ ସେଠାରୁ ଖସି ଆସି ଗାଁରେ ସୂଚନା ଦେଇଥିଲା। ଗାଁ ଲୋକ ଖଜୁରିପଡା ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଲାଇନପଡାର ଜଣକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟମାନଙ୍କୁ ଖୋଜା ଚାଲିଛି । ମୃତ ସୁଜିତ ବଡମ୍ବା ନରସିଂହପୁର ଅଞ୍ଚଳରେ ଶିକ୍ଷକତା କରୁଥିବା ଜଣାପଡିଛି ।