Breaking PLUSଖେଳଦେଶବ୍ୟକ୍ତିତ୍ୱମନୋରଞନମୁଖ୍ୟ ଖବରସେଲିବ୍ରିଟି

ବୈଭବଙ୍କ ବିସ୍ଫୋରକ ଦ୍ୱିଶତକ, ୨୮ ବଲ୍‌ରେ ଶତକ ମାରି ରଚିଲେ ଇତିହାସ

ଦୋହା: ମଇଦାନରେ ଛକା ଓ ଚୌକାର ବର୍ଷା କରି ନୂଆ ଇତିହାସ ରଚିଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ୟୁଏଇ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଇଣ୍ଡିଆ-ଏ। ମାତ୍ର ୫୩ଟି ବଲ୍‌ରୁ ୭ଟି ଚୌକା ଓ ୨୮ଟି ଛକା ସହାୟତାରେ ୨୦୪ ରନ୍‌ର ଧୂଆଁଧାର ଇନିଂସ ଖେଳିଛନ୍ତି ବୈଭବ।

ଏହି ଇନିଂସ ସହ ସେ ଲିଷ୍ଟ-ଏ କ୍ରିକେଟ୍‌ରେ ଦ୍ରୁତତମ ଦ୍ୱିଶତକ ଓ ଦ୍ରୁତତମ ଶତକର ରେକର୍ଡ ନିଜ ନାମରେ କରିଛନ୍ତି। ମାତ୍ର ୨୮ଟି ବଲ୍‌ରେ ଶତକ28 balls. ପୂରଣ କରିଥିବା ବେଳେ ୫୨ଟି ବଲ୍‌ରେ ଦ୍ୱିଶତକ ହାସଲ କରିଥିଲେ।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୟୁଏଇ ୫୦ ଓଭରରେ ୮ଟି ୱିକେଟ୍‌ ହରାଇ ୨୪୯ ରନ୍‌ କରିଥିଲା। ଦଳ ପକ୍ଷରୁ ହରପ୍ରୀତ ସିଂହ ଭାଟିଆ ୧୩୦ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ଅର୍ଶଦ ଖାନ୍‌ ୪ଟି ୱିକେଟ୍‌ ନେଇଥିଲେ।

ଜବାବରେ ବୈଭବଙ୍କ ଧମାକାଦାର ବ୍ୟାଟିଂ ଯୋଗୁଁ ଇଣ୍ଡିଆ-ଏ ମାତ୍ର ୧୪.୨ ଓଭରରେ ୩ଟି ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏହା ସହ ଦଳ ୭ ୱିକେଟ୍‌ରେ ଏକପାଖିଆ ବିଜୟ ହାସଲ କରିଛି।

Show More

Related Articles

Back to top button