Breaking PLUSଦେଶ ବିଦେଶମୁଖ୍ୟ ଖବର
ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ପର୍ୟ୍ୟନ୍ତ ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ୍ ୧୯ଟି କାର୍ୟ୍ୟ ଦିବସ ରହିଛି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭିତରେ ସଂସଦ ଅଧିବେଶନ ବେସ ସରଗରମ ହେବାକୁ ଯାଉଛି । ପୂର୍ବ ପରି ସାଂସଦମାନେ ଉଭୟ ଗୃହରେ ଦୂରତା ରକ୍ଷା କରି ବସିବେ ।

ପିଟିଆଇର ସୂଚନା ଅନୁଯାୟୀ ଏ ପର୍ୟ୍ୟନ୍ତ ଲୋକସଭାର ୪୪୪ ସଦସ୍ୟ ଓ ରାଜ୍ୟସଭାର ୨୧୮ଜଣ କରୋନା ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି । ତେବେ କେତେକ ସଦସ୍ୟ କରୋନା ସଂକ୍ରମିତ ହୋଇ ଦ୍ୱିତୀୟ ଡୋଜ୍ ନେଇପାରି ନଥିବା ମଧ୍ୟ ଜଣାପଡିଛି । କରୋନା ମହାମାରୀ କାରଣରୁ ଗତବର୍ଷ ଶୀତ ଅଧିବେଶନ ବସିନଥିଲା । ମୌସୁମୀ ଓ ବଜେଟ୍ ଅଧିବେଶନକୁ କାଣ୍ଟଛାଣ୍ଟ କରିବାକୁ ପଡିଥିଲା । ତେବେ ଆଗାମୀ ଅଧିବେଶନରେ ୪୦ରୁ ଅଧିକ ବିଲ ଓ ୫ଟି ଅଧ୍ୟାଦେଶ ପାରିତ କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର ।