Breaking PLUSଅପରାଧଆଇନ କାନୁନଦେଶମୁଖ୍ୟ ଖବର

୭୩୪ କୋଟି GST ଠକେଇ: ବାପ-ପୁଅଙ୍କୁ ଜେଲ୍

 

ରାଞ୍ଚି: ପ୍ରାୟ ୭୩୪ କୋଟି ଟଙ୍କାର GST ଠକେଇ ମାମଲାରେ ଜାମସେଦପୁରର ବ୍ୟବସାୟୀ ଜ୍ଞାନଚନ୍ଦ ଜୟସ୍ୱାଲ ଓରଫ ବବ୍ଲୁ ଜୟସ୍ୱାଲ ଏବଂ ତାଙ୍କ ପୁଅ ରାଜ ଜୟସ୍ୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଉଭୟଙ୍କୁ ଗୁରୁବାର ରାଞ୍ଚିର ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯିବା ପରେ ନ୍ୟାୟିକ ହେପାଜତକୁ ପଠାଯାଇଛି।

ED ଅନୁଯାୟୀ, ସେପ୍ଟେମ୍ବର ୩୦ରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଜାମସେଦପୁର, ଆଦିତ୍ୟପୁର, ଗମ୍ହାରିଆ ଓ କୋଲକାତାର ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଦୁଇ ଅଭିଯୁକ୍ତଙ୍କୁ ରାଞ୍ଚି ଅଣାଯାଇଥିଲା। କୋର୍ଟରେ ହାଜର କରିବା ପୂର୍ବରୁ ED ସେମାନଙ୍କୁ ପଚରାଉଚରା କରିଥିଲା।

ତଦନ୍ତକାରୀ ସଂସ୍ଥାର ଦାବି ଅନୁସାରେ, ବାସ୍ତବରେ ସାମଗ୍ରୀ କିଣାବିକା କରାନଯାଇ ଜାଲ୍‌ ଇନଭଏସ୍‌ ମାଧ୍ୟମରେ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ (ITC) ହାସଲ କରାଯାଇଥିବା ସନ୍ଦେହ ରହିଛି। ସେଲ୍‌ କମ୍ପାନୀ ଓ କାଗଜପତ୍ରରେ ହେଉଥିବା କାରବାର ମାଧ୍ୟମରେ ବଡ଼ ଧରଣର ITC ହେରଫେର ହୋଇଥିବା ନେଇ ତଦନ୍ତ ଚାଲିଛି।

ଚଢ଼ାଉ ବେଳେ ବ୍ୟବସାୟିକ ଦଲିଲ, GST ରେକର୍ଡ, ବ୍ୟାଙ୍କ ଓ ଆର୍ଥିକ କାରବାର ସମ୍ବନ୍ଧୀୟ କାଗଜପତ୍ର ସହ ଇଲେକ୍ଟ୍ରୋନିକ୍‌ ଉପକରଣ ଯାଞ୍ଚ କରାଯାଇଥିଲା। ଏହି ମାମଲାର ପ୍ରାଥମିକ ତଦନ୍ତ DGGI, ଜାମସେଦପୁର କରିଥିଲା।

Show More

Related Articles

Back to top button