ଆସନ୍ତା ଅଗଷ୍ଟ ୨୭ରେ ଓଏଏସ୍ ପ୍ରିଲିମିନାରି ପରୀକ୍ଷା
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପ୍ରିଲିମିନାରି ପରୀକ୍ଷା ପାଇଁ ତାରିଖ ଘୋଷଣା କରଯାଇଛି। ରାଜ୍ୟର ୫ଟି ସ୍ଥାନରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ ଓପିଏସ୍ସି ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୭ରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପ୍ରିଲିମିନାରି ପରୀକ୍ଷା ପାଇଁ ତାରିଖ ଘୋଷଣା କରଯାଇଛି। ରାଜ୍ୟର ୫ଟି ସ୍ଥାନରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ ଓପିଏସ୍ସି ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୭ରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପ୍ରଥମ ପେପର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୧୦୦ ମାର୍କର ପରୀକ୍ଷା ହେବ। ଏହାପରେ ଦ୍ୱିତୀୟ ପେପର ପରୀକ୍ଷା ଅପରାହ୍ନ ୧.୩୦ରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଚାଲିବ। ତେବେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୪୦ ମିନିଟ ସମୟ ଦିଆଯିବ। ଅର୍ଥାତ୍ ପ୍ରଥମ ପର୍ଯ୍ୟାୟରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨.୪୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୧.୩୦ରୁ ଅପରାହ୍ନ ୪.୧୦ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ସମୟ ଦିଆଯିବ। ଏଥିସହ ପରୀକ୍ଷାର୍ଥୀଙ୍କ ଆଡ୍ମିଟ କାର୍ଡ ଏବଂ ଅଧିକ ସୂଚନା http://opsc.gov.in ୱେବସାଇଟରେ ଉପଲବ୍ଧ ହେବ ବୋଲି ଓପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି।