Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ମନ୍ କି ବାତରେ ଓଡ଼ିଆ ୟୁଟ୍ୟୁବର ଇଷାକ ମୁଣ୍ଡାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ମନ୍ କି ବାତରେ ଆଉ ଜଣେ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ଜିଲ୍ଲାର ମଫସଲ ଗାଁର ଇଷାକ ମୁଣ୍ଡାକୁ ତାରିଫ କରିଛନ୍ତି । ଦିନ ମଜୁରିଆ ଶ୍ରମିକ ଭାବରେ କାମ କରନ୍ତି ଇଷାକ । କିନ୍ତୁ ସେ କିଭଳି ଜଣେ ଲୋକପ୍ରିୟ ୟୁଟ୍ୟୁବର ହୋଇଛନ୍ତି ସେକଥା ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦିନ ମଜୁରିଆ ଭାବେ କାମ କରୁଥିବା ସମ୍ୱଲପୁର ଜିଲ୍ଲାର ଇଷାକ ମୁଣ୍ଡା ଆଜି ଇଣ୍ଟରନେଟ୍ ସେନସେସନ୍ ପାଲଟିଛନ୍ତି । ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରୁ ଭଲ ରୋଜଗାର କରି ପାରିଛନ୍ତି । ଭିଡିଓରେ ସେ ସ୍ଥାନୀୟ ଖାଦ୍ୟ, ପାରମ୍ପରିକ ଖାଦ୍ୟ, ତାଙ୍କ ଗାଁ, ସେମାନଙ୍କର ଜୀବନଶେଳୀ ଆଦିକୁ ଦେଖାଉଛନ୍ତି । ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁଟ୍ୟୁବର ଭାବରେ ଗତବର୍ଷ ମାର୍ଚ୍ଚ ମାସରେ ଉଷାକ ମୁଣ୍ଡାଙ୍କ ଯାତ୍ରା ଆରମ୍ଭ ହୋଇଥିଲା । ୟୁଟ୍ୟୁବରେ ବିଶେଷ କରି ଓଡ଼ିଶାର ପଖାଳ ନେଇ ଭିଡିଓ କରିଥିଲେ । ଯାହା ଅନ୍ୟ ସମସ୍ତ ପ୍ରକାର ଖାଦ୍ୟ ବ୍ୟଞ୍ଜନଠାରୁ ଅଲଗା ଅନୁଭବ ହୋଇଥିଲା ।

ଗତବର୍ଷ କରୋନା ଯୋଗୁ ଲକଡାଉନ୍ ପରେ କାମଧନ୍ଦା ମିଳୁ ନଥିଲା । ଏହାପରେ ୟୁଟ୍ୟୁବରେ ଭିଡିଓ କରି ପୋଷ୍ଟ କରିବା ଆରମ୍ଭ କରିଥିଲେ ଇଷାକ ମୁଣ୍ଡା । ତାଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଦର୍ଶକଙ୍କୁ ଆସିଥିଲା ପସନ୍ଦ । ଏହାଦ୍ୱାରା ଇଷାକ ୟୁଟ୍ୟୁବରୁ ଭଲ ଦୁଇ ପଇସା ରୋଜଗାର ବି କରି ପାରୁଛନ୍ତି ।

Show More

Related Articles

Back to top button