Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଆରମ୍ଭ ହେଲା ‘ଓ୍ବାନ୍ ନେଶନ୍, ଓ୍ବାନ୍ ରାଶନ’ ଯୋଜନା
ଓଡ଼ିଶାର ସବୁ ଜିଲାରେ ଗୁରୁବାରଠାରୁ ଓ୍ବାନ୍ ନେଶନ୍, ଓ୍ବାନ୍ ରାଶନ (ଗୋଟିଏ ଦେଶ, ଗୋଟିଏ ରାଶନ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଏବଂ ଓଡ଼ିଶା ଲୋକ ରାଜ୍ୟ ବାହାରେ ନିଜ ପସନ୍ଦର ଦୋକାନରୁ ରାଶନ ପାଇପାରିବେ।
ଓଡ଼ିଶାର ସବୁ ଜିଲାରେ ଗୁରୁବାରଠାରୁ ଓ୍ବାନ୍ ନେଶନ୍, ଓ୍ବାନ୍ ରାଶନ (ଗୋଟିଏ ଦେଶ, ଗୋଟିଏ ରାଶନ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଏବଂ ଓଡ଼ିଶା ଲୋକ ରାଜ୍ୟ ବାହାରେ ନିଜ ପସନ୍ଦର ଦୋକାନରୁ ରାଶନ ପାଇପାରିବେ। ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ। ଏଥିସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପାଇଲଟ୍ ପ୍ରକଳ୍ପ ଭାବରେ ମାଲକାନଗିରି ଜିଲାରେ ଭିଟାମିନ୍ଯୁକ୍ତ ଚାଉଳ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି।