Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୨୦ରେ ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ଗସ୍ତରେ ଆସିବେ। ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ୧୮ ଓ ୧୯ ରେ ୮ ଜଣ ମନ୍ତ୍ରୀ ମାଲକାନଗିରି ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବା ସହ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ଗସ୍ତରେ ଆସିବେ। ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ୧୮ ଓ ୧୯ ରେ ୮ ଜଣ ମନ୍ତ୍ରୀ ମାଲକାନଗିରି ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବା ସହ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୧୦ ଜଣ ନିଗମ ଅଧ୍ୟକ୍ଷ ମଧ୍ୟ ଏଥିରେ ସାମିଲ ହେବେ। କାର୍ଯ୍ୟକ୍ରମ ପାଇଁ ମାଲକାନଗିରି ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ମାଲକାନଗିରି ପୌର ପରିଷଦ ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲିମେଳା ଏନଏସି ନିମନ୍ତେ ଅଭିନେତା କୁନା ତ୍ରିପାଠୀ, କୋରୁକୋଣ୍ଡା ପାଇଁ ପଦ୍ମିନୀ ଦିୟାନ, ମାଥିଲି ପାଇଁ ମନ୍ତ୍ରୀ ଅରୁଣ ସାହୁ, ପଡିଆ ବ୍ଲକ ପାଇଁ ମନ୍ତ୍ରୀ ନବ କିଶୋର ଦାସ, କାଲିମେଳା ଲାଗି ମନ୍ତ୍ରୀ ଜଗନ୍ନାଥ ସାରକା, ଚିତ୍ରକୋଣ୍ଡା ବ୍ଲକ ପାଇଁ ତୁଷାରକାନ୍ତୀ ବେହେରା, ଖଇରପୁଟ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅଛନ୍ତି।

Show More

Related Articles

Back to top button