ଓଡ଼ିଶା

ଖୋଲିବ ମୃତ୍ୟୁର ରହସ୍ୟ !

ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ତଦନ୍ତ ଜାରୀ

ଓୟୁଏଟି ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ର ରହସ୍ୟ ଭେଦିବାକୁ ଭିସେରା ଓ ଡାଇଟମ୍ ଟେଷ୍ଟ କରିବ କମିଶନରେଟ୍ ପୁଲିସ । ଶନିବାର ନନ୍ଦନକାନନ ଫାର୍ମ ହାଉସ ପୋଖରୀରୁ ଓୟୁଟି ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୁଲିସ । ମୃତ ଦେହ ଉଦ୍ଧାର ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ବର୍ତ୍ତମାନ ସୁଦ୍ଧା ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ଫଷ୍ଟ ରହିଥିବା ବେଳେ ପାଣି ରେ ବୁଡିଯିବା ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ପ୍ରକୃତ  କାରଣ ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇ ରାଜ୍ୟ ଫରେନସିକ ଲ୍ୟାବ କୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

Show More

Related Articles

Back to top button