Breaking PLUSଦେଶ ବିଦେଶ

ISIS-K ଉପରେ ଆମେରିକାର ଆକ୍ରମଣ

ଆମେରିକାର କଡା ଜବାବ । କାବୁଲ ବିସ୍ଫୋରଣର ୪୮ ଘଣ୍ଟା ଭିତରେ ISIS-K କୁ ଜବାବ ଦେଇଛି ଆମେରିକା । । ଆଫଗାନିସ୍ତାନ ନାଙ୍ଗରହାରରେ ଥିବା ISIS-K ଉପରେ ଡ୍ରୋନ ଦ୍ୱାରା ଆକ୍ରମଣ କରିଛି ଆମେରିକା । ଆକ୍ରମଣରେ କାବୁଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ସହ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।  ଏହାପରେ ବି କାବୁଲ ବିମାନ ବନ୍ଦରରେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିବାର ଯୋଜନା ରହିଛି ବୋଲି କହିଛି ଆମେରିକା । ତେଣୁ କାବୁଲ ବିମାନ ବନ୍ଦର ନ ଯିବା ସହ ବିମାନ ବନ୍ଦର ଗେଟ୍ ଆଗରୁ ହଟିଯିବାକୁ ଅପିଲ କରିଛି ଆମେରିକା । ଗୁରୁବାର କାବୁଲରେ ହୋଇଥିବା ବିସ୍ଫୋରଣରେ ଆମେରିକାର ୧୩ ଜଣ ସୈନ୍ୟ ସହିଦ ହୋଇଥିଲେ । ଏଥିସହିତ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଉଦବେଗ ପ୍ରକାଶ କରିବା ସହ ଆକ୍ରମଣକାରୀଙ୍କୁ କଡା ଜବାବ ଦେବାକୁ ଚେତାବନୀ ଦେଇଥିଲେ । ଏପରିକି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିଲେ ବାଇଡେନ ।

Show More

Related Articles

Back to top button