ଆଜି ଆଇପିଏଲରେ ମୁହାଁମୁହିଁ ହେବେ କୋଲକାତା-ବାଙ୍ଗାଲୋର
ଆଇପିଏଲ-୨୦୨୧ର ପ୍ରଥମ ଚରଣରେ କୋଲ୍କାତା ନାଇଟ୍ ରାଇଡର୍ସ ଆଶାଜନକ ପ୍ରଦର୍ଶନ କରି ପାରିନଥିଲା । ସେଥିପାଇଁ ଦ୍ବିତୀୟ ଚରଣରେ ଏହି ଦୁଃଖକୁ ଦୂର କରିବା ଲକ୍ଷ୍ୟରେ ରହିଛି ଦୁଇଥର ପୂର୍ବତନ ବିଜେତା ଦଳ । ଦ୍ବିତୀୟ ଚରଣର ପ୍ରଥମ ମୁକାବିଲାରେ କିନ୍ତୁ ଆଜି ଶକ୍ତିଶାଳୀ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ କେକେଆର୍ ।

ଆଇପିଏଲ-୨୦୨୧ର ପ୍ରଥମ ଚରଣରେ କୋଲ୍କାତା ନାଇଟ୍ ରାଇଡର୍ସ ଆଶାଜନକ ପ୍ରଦର୍ଶନ କରି ପାରିନଥିଲା । ସେଥିପାଇଁ ଦ୍ବିତୀୟ ଚରଣରେ ଏହି ଦୁଃଖକୁ ଦୂର କରିବା ଲକ୍ଷ୍ୟରେ ରହିଛି ଦୁଇଥର ପୂର୍ବତନ ବିଜେତା ଦଳ । ଦ୍ବିତୀୟ ଚରଣର ପ୍ରଥମ ମୁକାବିଲାରେ କିନ୍ତୁ ଆଜି ଶକ୍ତିଶାଳୀ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ କେକେଆର୍ । ଆବୁଧାବିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଜିତିବା ଇଅନ ମୋର୍ଗାନଙ୍କ ନେତୃତ୍ବାଧୀନ କେକେଆର୍ ପାଇଁ ଆଦୌ ସହଜ ହେବନି । କାରଣ ବିରାଟ କୋହଲିଙ୍କ ଆର୍ସିବି ଏବେ ଚମତ୍କାର ଫର୍ମରେ ରହିଛି । ପ୍ରଥମ ଚରଣରେ ଖେଳିଥିବା ୭ ମ୍ୟାଚ୍ରୁ ୧୦ ପଏଣ୍ଟ ଅର୍ଜନ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଚରଣର ସେହି ୭ ମୁକାବିଲାରୁ କେକେଆର୍ ମାତ୍ର ଦୁଇଟି ବିଜୟ ହାସଲ କରି ସପ୍ତମ ସ୍ଥାନରେ ଅଛି । ଏଣୁ ୨୦୧୪ ସଂସ୍କରଣ ଭଳି କେକେଆର୍ ଏଥର ବି ଧମାକାଦାର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । ୨୦୧୪ ମସିହାରେ ପ୍ରଥମ କିଛି ମ୍ୟାଚ୍ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ଲଗାତାର ୯ ବିଜୟ ହାସଲ କରି କେକେଆର୍ ଶେଷରେ ବିଜେତା ଆଖ୍ୟା ଅର୍ଜନ କରିଥିଲା ।