
ମୟୁରଭଞ୍ଜ ଜିଲ୍ଲାକୁ ପୁଣି ଆଉ ଏକ ବନ୍ୟାର ଭୟ। ଆଉ ଏକ ଲଘୁଚାପ ଉତ୍ତର ପଶ୍ଚିମ ତଥା ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ହୋଇଛି । ଯାହା ଫଳରେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏ ନେଇ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଯାହାକୁ ଦୃଷ୍ଟିରେ ରଖି ବନ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରାପୁରି ଭାବରେ ପ୍ରସ୍ତୁତି ହେଇ ସାରିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବନ୍ୟାକୁ ନଜରରେ ରଖି NDRF ଏବଂ ODRF ଟିମ ପ୍ରସ୍ତୁତ ଥିବା ବେଳେ ନଦୀ କୂଳିଆ ଅଞ୍ଚଳ ମାନଙ୍କରେ ଡ଼ାକ ବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦେବା ସହିତ ଲୋକ ମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବାର ସୂଚନା ଦେଇଛନ୍ତି ଜିଲ୍ଲା ଜୁରୁରୀ କାଳୀନ ଅଧିକାରୀ ।