ଗିରଫ ହେଲେ ଆର୍ୟନ

ଗିରଫ ହେଲେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ମୁମ୍ବାଇରୁ ଗୋଆ ଯାଉଥିବା ଏକ ଲକ୍ସଜରୀ କ୍ରୁଜରେ ରେଭ୍ ପାର୍ଟି ଘଟଣାରେ ଗିରଫ ହୋଇଛନ୍ତି ଆର୍ୟାନ । ଦୀର୍ଘ ସମୟ ଧରି ଏନସିବିର ପଚରାଉଚରା ପରେ ସେ ଗିରଫ ହୋଇଛନ୍ତି । ତେବେ ପୂର୍ବରୁ ଏନସିବି ମୁଖ୍ୟ ତଥା ଓଡ଼ିଆ ପୁଅ ସତ୍ୟନାରାୟଣ ପ୍ରଧାନ ପ୍ରତିକ୍ରିୟାରେ କହିଥିଲେ କି ସିଏ ଯିଏ କେହି ବି ହୁଅନ୍ତୁ ଯେତେବଡ଼ ଲୋକଙ୍କ ହୁଅନ୍ତୁ ପଛେ କାହାକୁ ଛଡ଼ାଯିବନି । ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ । କାରଣ ଡ୍ରଗ୍ସମୁକ୍ତ ଭାରତ ଆମର ଲକ୍ଷ୍ୟ ।
୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଏନସିବି ଏବଂ ବଲିଉଡ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ ଆଗକୁ ହେବ ବୋଲି ଏନସିବି ମୁଖ୍ୟ କହିଛନ୍ତି । କାରଣ ଏହି ଡ୍ରଗ୍ସ ରେଭ୍ ପାର୍ଟି ଦ୍ୱାରା ଯୁବବର୍ଗ ଏହାପ୍ରତି ଆକର୍ଷିତ ହେଉଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଡ଼ିଆ ପୁଅ ତଥା ଏନସିବି ମୁଖ୍ୟ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ।
ଅନ୍ୟପଟେ ଆର୍ୟାନ କହିଥିଲେ କି, ମୋତେ କେବଳ ଜଣେ ଅତିଥି ଭାବେ ନିମନ୍ତ୍ରଣ ମିଳିଥିଲା ମୁଁ ସେଥିପାଇଁ ସାମିଲ ହୋଇଥିଲି । ଏଥିପାଇଁ ମୁଁ କୌଣସି ଟଙ୍କା ଦେଇନଥିବା କହିଛନ୍ତି ଶାହାରୁଖଙ୍କ ପୁଅ । ଉତ୍ତର ସନ୍ତୁଷ୍ଟିଜନକ ନହେବାରୁ ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କ ମୋବାଇଲ୍ ଫୋନ୍ ଜବତ କରି ତାଙ୍କ ଚାଟ୍ ହିଷ୍ଟ୍ରିକୁ ଯାଞ୍ଚ କରୁଥିଲା ଏନସିବି ।