ବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର
ସାମ୍ବାଦିକତା ନୋବେଲ ଶାନ୍ତି ପୁରସ୍କାର

ସାମ୍ବାଦିକତା ବୃତ୍ତିଧାରୀଙ୍କ ପାଇଁ ଖବର ପରିବେଷଣ, ଖବରର ବିଶ୍ଳେଷଣ ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବାକ୍ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ର ସୁରକ୍ଷା । ଅଭିବ୍ୟକ୍ତିର ସୁରକ୍ଷା ଗଣତନ୍ତ୍ରକୁ ଦୀର୍ଘସ୍ଥାୟୀ କରିବା ଓ ଶାନ୍ତି ବଜାୟ ରଖିବା କ୍ଷେତ୍ରରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ନୋବେଲ ପୁରସ୍କାର ଚୟନ କମିଟି ହୃଦୟଙ୍ଗମ କରିଛନ୍ତି ।
ତେଣୁ ସବୁ କଷ୍ଟ, ତ୍ୟାଗ ସ୍ୱୀକାର କରି ସାମ୍ବାଦିକତା ବୃତ୍ତି ମାଧ୍ୟମେରେ ଅଭିବ୍ୟକ୍ତିର ସୁରକ୍ଷା ପାଇଁ ଅନବରତ ପ୍ରୟାସ ଜାରି ରଖିଥିବା ଦୁଇ ସାମ୍ବାଦିକ ଫିଲିପାଇନ୍ସର ମାରିଆ ରେସା ଏବଂ ରୁଷର ଦିମ୍ରିତି ମୁରାଟୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି ।