Breaking PLUSଓଡ଼ିଶା

ଆରମ୍ଭ ହେବ ଇକୋ-ରିଟ୍ରିଟ୍

ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ବେଳାଭୂମି ମହୋତ୍ସବ ଇକୋ-ରିଟ୍ରିଟ୍ । ଗତ ୨ ବର୍ଷ ମଧ୍ୟରେ ଇକୋ-ରିଟ୍ରିଟର ସଫଳତାକୁ ଦେଖି ଚଳିତ ବର୍ଷ ଏହାକୁ ଅଧିକ ସଂପ୍ରସାରିତ କରିବାକୁ ଯୋଜନା କରାଯାଇଛି ।

ଗତବର୍ଷ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି ଓ ହୀରାକୁଦ ଆଦି ସ୍ଥାନରେ ଇକୋ-ରିଟ୍ରିଟର ଆୟୋଜନ କରାଯାଇଥିବା ବେଳେ ଚଳିତବର୍ଷ ଆଉ ୨ଟି ସ୍ଥାନ ଗଞ୍ଜାମ ଜିଲ୍ଲାର ପତି ସୋନପୁର ବେଳାଭୂମି ଏବଂ କୋରାପୁଟର ପାହାଡ଼ ପାଦଦେଶରେ ଥିବା ପୁଟସିଲରେ ଏଥର ଇକୋ ରିଟ୍ରିଟ୍ ର ଆୟୋଜନ କରାଯିବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି । ଅନ୍ୟପଟେ ଇକୋ-ରିଟ୍ରିଟକୁ ଅଧିକ ଚଳଚଞ୍ଚଳ ଓ ଉପଯୋଗୀ କରିବାକୁ ଇକୋ-ରିଟ୍ରିଟରେ ବିଭିନ୍ନ ସମ୍ମିଳନୀ, କାର୍ଯ୍ୟକ୍ରମ ଆଦି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

Show More

Related Articles

Back to top button