ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ୧୩୩ ଜଣ କରୋନା ଆକ୍ରାନ୍ତ

ରାଜଧାନୀ ଭୁବନେଶ୍ୱରରେ ଏବେ ମଧ୍ୟ ଟଳିନି କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା । ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ୧୩୩ ଜଣ ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ସଂଗରୋଧରୁ ୨୯ ଓ ସ୍ଥାନୀୟ ଅଞ୍ଚଳରୁ ୮୪ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।
କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୪୭୯ରେ ପହଞ୍ଚଛି । ଏଥିରୁ ୧୧୪୭୨୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୫୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୨୬୮୩ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏବେ ବି ଆମକୁ ସତର୍କ ରହିବା ସହିତ କରୋନା ଗାଇଡଲାଇନକୁ ମାନିବାକୁ ହେବ ।
Update on newly detected #COVID19 cases in the last
24hrs under the BMC area on
1st November (till 9am). pic.twitter.com/1qFLa7vvyu— BMC (@bmcbbsr) November 1, 2021