କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ଅଧିକ ବିପଦ ଜନକ
ସତର୍କ ରହିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ
କରୋନା ଏଯାଏଁ ଆମ ନିକଟରୁ ସମ୍ପୂର୍ଣ୍ଣ ଦୂର ହୋଇନି । ସେପଟେ କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ଏବେ ନୂଆ ସମସ୍ୟା ସୃଷ୍ଟି କଲାଣି । ତେଣୁ ଅଧିକ ସତର୍କତାର ଆବଶ୍ୟକତା ରହିଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ସେପଟେ ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ନୂଆ ଭ୍ୟାରିଆଣ୍ଟର ସଂକ୍ରମଣ କ୍ଷମତା କେତେ, ଭ୍ୟାକସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି ସେନେଇ ଏପର୍ଯ୍ୟନ୍ତ କିଛି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ଯେହେତୁ ଏହା ଗୋଟିଏ ନୂଆ ଭ୍ୟାରିଆଣ୍ଟ ୧୩ରୁ ଅଧିକ ମ୍ୟୁଟେସନ ରହିଛି । ସେଥିପାଇଁ ସମସ୍ତେ ସତର୍କ ରହିବା ଦରକାର ।
ବିିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିଛି । ତେଣୁ ସମସ୍ତେ ସତର୍କ ରୁହନ୍ତୁ ଯେମିତି ଏହା ବ୍ୟାପି ପାରିବ ନାହିଁ । ଯେଉଁମାନେ ବିଦେଶରୁ ଆସିବେ ସେମାନେ ନେଗେଟିଭ ରିପୋର୍ଟ ଆଣିବେ । ବିମାନ ବନ୍ଦରରେ ଟେଷ୍ଟ ହେବ । ନେଗେଟିଭ ହେଲେ ମଧ୍ୟ ୭ ଦିନ କ୍ୱାରେଣ୍ଟାଇନରେ ରହିବେ । ସେପଟେ ସରକାରଙ୍କ କୋଭିଡ ନିୟମ ଅନୁସାରେ ସ୍କୁଲ ଖୋଲିବାକୁ ପଡିବ ।