Breaking PLUSସ୍ୱାସ୍ଥ୍ୟ

ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ନେଇ ଆସିଲା ନୂଆ କିଟ୍

୯୦ ମିନିଟରେ ଚିହ୍ନଟ ହେବ ଏହି ଘାତକ ଭାରିଆଣ୍ଟ

ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଜଣକ ପରେ ଜଣେ ସଂକ୍ରମିତ ଚିହ୍ନଟ ହେବା ଫଳରେ ଦେଶରେ ଆତଙ୍କ ସୃଷ୍ଟି ହେଲାଣି । ହେଲେ ଏଣିକି ମାତ୍ର ୯୦ ମିନିଟରେ ଏହି ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରିବ । ଦିଲ୍ଲୀ ଆଇଆଇଟିର କୁସୁମ ସ୍କୁଲ ଅଫ ବାୟୋଲୋଜିକାଲ ସାଇନ୍ସ ପକ୍ଷରୁ ଏହି କିଟ୍ ପ୍ରସ୍ତୁତ କରାଯାଇଛି ।

ବର୍ତ୍ତମାନ ସାରା ବିଶ୍ୱରେ ଓମିକ୍ରନ ଚିହ୍ନଟ ଲାଗି ଯେଉଁ ପ୍ରଣାଳୀ ଅବଲମ୍ବନ କରାଯାଉଛି ତାହା ୩ ଦିନ ଲାଗୁଛି । ମାତ୍ର ଦିଲ୍ଲୀ ଆଇଆଇଟିର ଏହି କିଟ୍ ଜରିଆରେ ମାତ୍ର ୯୦ ମିନିଟରେ ଟେଷ୍ଟ ସମ୍ପନ୍ନ ହେଉଥିବା କୁହାଯାଇଛି ।

ଏହି କିଟ୍ କରୋନା ଭାଇରସର ବିଭିନ୍ନ ମ୍ୟୁଟେସନକୁ ଚିହ୍ନଟ କରିପାରିବା ସହ ସିନ୍ଥେଟିକ ଡିଏନଏ ଫ୍ରାଗମେଣ୍ଟ ପ୍ରକ୍ରିୟା ଜରିଆରେ ଓମିକ୍ରନକୁ ଚିହ୍ନଟ କରିପାରୁଛି । ଏହି କିଟ୍ ଉଦ୍ଭାବନ କରାଯିବା ପରେ ଏଥିଲାଗି ପାଟେଣ୍ଟ ଆବେଦନ କରିଛି ଆଇଆଇଟି । ପୂର୍ବରୁ କୋଭିଡ ଭୂତାଣୁ ଚିହ୍ନଟ ଲାଗି ଏକ ସ୍ୱତନ୍ତ୍ର ଆରଟିପିସିଆର କିଟ୍ ଉଦ୍ଭାବନ କରିଥିବା ଆଇଆଇଟି ଦିଲ୍ଲୀ ଆଇସିଏମଆରର ସ୍ୱୀକୃତି ଲାଭ କରିବା ପରେ ବଜାରରେ ଉପଲବ୍ଧ ହୋଇଥିଲା । ବର୍ତ୍ତମାନ ସାରା ବିଶ୍ୱରେ ନେକ୍ସଟ ଜେନେରେସନ ସିକ୍ୟୁଏନସିଂ ଭିତ୍ତିକ କିଟ୍ ଜରିଆରେ ଓମିକ୍ରନ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏହି କିଟକୁ ଦିଲ୍ଲୀ ଆଇଆଇଟିର ସ୍ୱୀକୃତି ମିଳିଲେ ଏହା ସାରା ବିଶ୍ୱରେ ଆଦୃତ ହୋଇପାରିବ ।

Show More

Related Articles

Back to top button