Breaking PLUSଦେଶମୁଖ୍ୟ ଖବର

ଜୀବନ ଯୁଦ୍ଧରେ ହାରି ଗଲେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ

ତାମିଲନାଡୁ କୁନ୍ନୁର ହେଲିକପ୍ଟର କ୍ରାଶ ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଡିସେମ୍ବର ୮ରେ କୁନ୍ନୁର ଠାରେ ଘଟିଥିବା ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ସିଡିଏସ୍‌ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରୁ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଏକମାତ୍ର ଜୀବିତ ବ୍ୟକ୍ତି ଭାବେ ଉଦ୍ଧାର ହୋଇଥିଲେ ।

ପ୍ରଥମେ ତାଙ୍କୁ ୱେଲିଂଟନ ପରେ ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ବେଙ୍ଗାଲୁରୁରେ ସବୁ ପ୍ରକାରର ଚିକିତ୍ସା ସୁବିଧା ସତ୍ତ୍ୱେ କ୍ୟାପ୍ଟେନ ବରୁଣ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Show More

Related Articles

Back to top button