Breaking PLUSଦେଶମୁଖ୍ୟ ଖବର

ଝିଅଙ୍କ ବିବାହ ବୟସ ସୀମା ୨୧କୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଝିଅମାନଙ୍କ ବିବାହ ବୟସ ୧୮ ବଦଳରେ ୨୧କୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାର ଅର୍ଥ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ । ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ କରିବାକୁ ଦୀର୍ଘ ଦିନରୁ ଦାବି ହେଉଥିଲା । ବର୍ଷକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପ୍ରସ୍ତାବ ଉପରେ ସମୀକ୍ଷା କରାଯାଉଥିବା ନେଇ ସୂଚନା ଦେଇଥିଲେ ।

ଏବେ କେନ୍ଦ୍ର କ୍ୟାବିନେଟ ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବା ପ୍ରସ୍ତାବ ଉପରେ ମୋହର ମାରିଛି । ଗତବର୍ଷ ସ୍ୱାଧୀନତା ଦିବସ ଭାଷଣ ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ‘ଝିଅ ଓ ଭଉଣୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାର ସବୁବେଳେ ଯତ୍ନବାନ ରହିଛନ୍ତି । ଝିଅମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବାକୁ ହେଲେ, ସେମାନଙ୍କ ବିବହାର ଠିକ୍‌ ବୟସରେ ହେବା ଦରକାର ।

ବର୍ତ୍ତମାନ ଦେଶରେ ପୁଅମାନଙ୍କ ବିବାହ ବୟସ ସର୍ବନିମ୍ନ ୨୧ ବର୍ଷ ଥିବା ବେଳେ ଝିଅଙ୍କ କ୍ଷେତ୍ରରେ ଏହା ୧୮ ବର୍ଷ ରହିଛି । ତେଣୁ କେନ୍ଦ୍ର ସରକାର ପୁଅଙ୍କ ଭଳି ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମାକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାବାଦ ବାଲ୍ୟ ବିବାହ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଓ ହିନ୍ଦୁ ବିବାହ ଆଇନରେ ମଧ୍ୟ ସରକାର ସଂଶୋଧନ କରିବାକୁ ଚାହୁଁଛନ୍ତି । ଏସବୁ ବିଷୟରେ ବିଚାର କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଜୁନ ମାସରେ ଗୋଟିଏ ଟାସ୍କ ଫୋର୍ସ ଗଠନ କରିଥିଲେ । ଏଥିରେ ଟପ୍‌ ବିଶେଷଜ୍ଞ ଡା ଭିକେ ପଲ୍‌, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଥିଲେ । ଏହି ଟାସ୍କ ଫୋର୍ସର ନେତୃତ୍ୱ ଜୟା ଜେଟଲୀ ନେଇଥିଲେ । ଟାସ୍କ ଫୋର୍ସ ଡିସେମ୍ବର ମାସରେ ତା’ର ରିପୋର୍ଟ ଦାଖଲ କରିଥିଲା । ଏଥିରେ ପ୍ରଥମ ଗର୍ଭଧାରଣର ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିବା ଦରକାର ବୋଲି ସୁପାରିସ କରାଯାଇଥିଲା ।

Show More

Related Articles

Back to top button