Breaking PLUSମନୋରଞ୍ଜନ

ଆଜି ରିଲିଜ୍‌ ହେବ ‘ପୁଷ୍ପା’

ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା’ ଆଜି ରିଲିଜ୍‌ ହେବାକୁ ଯାଉଛି । ଏହାକୁ ଦେଖିବା ପାଇଁ ଅନେକ ଦିନରୁ ଦର୍ଶକ ଅପେକ୍ଷା କରି ରହିଥିଲେ । ଏହି ଫିଲ୍ମରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନାକୁ ସାଙ୍ଗରେ ଦେଖିବାକୁ ପାଇବେ । ତେବେ ଏହି ଫିଲ୍ମଟି କେବଳ ତେଲୁଗୁ ଭାଷାରେ ହେବ ନାହିଁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ମଧ୍ୟ ପରଦାକୁ ଆସିବାକୁ ଯାଉଛି ।

ରିଲିଜ୍‌ ପୂର୍ବରୁ ଫିଲ୍ମଟିର କାହାଣୀ କ’ଣ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ସୁକୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଯେଉଁଥିରେ ସୁନୀଲ, ଅନାସୁୟା ଭରଦ୍ୱାଜ ଏବଂ ଫହାଦ ଫାଜିଲ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ରିଲିଜ୍‌ ପରେ ଫିଲ୍ମଟି କିପରି ହେବ ତାହା ଦେଖିବାକୁ ବାକି ରହିଲା ।

Show More

Related Articles

Back to top button