Breaking PLUSଦେଶମୁଖ୍ୟ ଖବର
ଭାରତରେ ୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ବର୍ତ୍ତମାନ ଭାରତରେ ୧୦୦ ଟପିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ପର୍ଯ୍ୟନ୍ତ ଦେଶରେ ୧୦୧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । WHO ଚେତାବନୀ ଦେଇଛି ଯେ, ନୂତନ ଏବଂ ଅଧିକ ସଂକ୍ରାମକ ଷ୍ଟ୍ରେନ ମୋଟ୍ କରୋନାର ୨.୪ ପ୍ରତିଶତ ଅଟେ ।
ଭାରତରେ ଆଉ ୧୯ଟି ଜିଲାରେ ଏହି ମାମଲା ବୃଦ୍ଧି ହେବାର ଆଶଙ୍କା ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବୈଠକରେ କୁହାଯାଇଛି ।
ଏଥିରୁ ମୁକ୍ତି ପାଇବା ପାଇଁ କରୋନା କଟକଣା ମାନିବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଜନଗହଳି ସ୍ଥାନରେ ବୁଲାବୁଲି ନ କରିବା ଜରୁରୀ ଅଟେ । ଆଜି ଗୋଟିଏ ଦିନରେ ରାଜଧାନୀ ଦିଲ୍ଲୀରୁ ୧୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ଆହୁରି ବଢ଼ିଛି ।