କୋହଲିଙ୍କୁ ନେଇ ଆନନ୍ଦ ମହିନ୍ଦ୍ରାଙ୍କ ବଡ଼ ବୟାନ, କହିଲେ…..
ଟିମ୍ ଇଣ୍ଡିଆର ଟେଷ୍ଟ୍ ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରି ବିରାଟ କୋହଲି ହଟଚମଟ ସୃଷ୍ଟି କରିଥିଲେ। ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଛି।

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଟେଷ୍ଟ୍ ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରି ବିରାଟ କୋହଲି ହଟଚମଟ ସୃଷ୍ଟି କରିଥିଲେ। ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଛି। ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ୍ ସିରିଜ ହାରିବା ପରେ ସେ ସାମାଜିକ ଗଣମାଧ୍ୟମରେ ତାଙ୍କର ଇସ୍ତଫା ଘୋଷଣା କରିଥିଲେ। ଟି-୨୦ର ଅଧିନାୟକ ପଦରୁ ଓହରିଯିବା ଲାଗି ବିରାଟ ନିଜ ଆଡ଼ୁ ଘୋଷଣା କରିଥିଲେ। ଟେଷ୍ଟ କ୍ରିକେଟର ଅଧିନାୟକତ୍ୱ ଛାଡିବା ପରେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ବିରାଟ କୋହଲିଙ୍କ ଉପରେ ଏକ ବଡ଼ ବୟାନ ରଖି୍ଛନ୍ତି।
He’s been at the centre of controversies & this decision may evoke varied responses. But to me Virat embodies the fierce, unapologetic & unrelenting competitiveness & desire to win that we have always wanted to see in our sportspersons. May the Force be with him. https://t.co/xNT64gTJq0
— anand mahindra (@anandmahindra) January 15, 2022
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଲେଖିଛନ୍ତି, ‘ବିରାଟ କୋହଲି ଅନେକ ଥର ବିବାଦର କେନ୍ଦ୍ରକୁ ଆସିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିପାରେ। କିନ୍ତୁ ମୋ ପାଇଁ ବିରାଟ ଉତ୍ସାହରେ ପରିପୂର୍ଣ୍ଣ, ନିଜ ନିଷ୍ପତ୍ତିରେ ଅଟଳ ଏବଂ ଜିତିବାର ଇଚ୍ଛାର ପ୍ରତୀକ । ସେ ସବୁବେଳେ ନିଜ ଖେଳାଳିଙ୍କଠାରେ ଏହା ଦେଖିବାକୁ ଚାହୁଁଥିଲେ । ତାଙ୍କର ଶକ୍ତି ସେମିତି ରହୁ।
କୋହଲି ଟ୍ବିଟର୍ରେ ଲେଖିଛନ୍ତି, ‘ଏହା ୭ ବର୍ଷର କଠିନ ପରିଶ୍ରମ ଥିଲା। ଦଳକୁ ସଠିକ୍ ମାର୍ଗରେ ପରିଚାଳିତ କରିବା ବୋଝ ପ୍ରତ୍ୟେକ ଦିନ କ୍ଳାନ୍ତ କରି ପକାଉଥିଲା। ଏହାସତ୍ତ୍ବେ ମୁଁ ନମ୍ରତାର ସହ ଅଧିନାୟକ ଦାୟିତ୍ବକୁ ତୁଲାଇ ଆସିଛି। ପ୍ରତ୍ୟେକ ଜିନିଷ ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ଅଟକି ଯାଇଥାଏ। ଆଉ ମୋ କ୍ଷେତ୍ରରେ ଏବେ ତାହା ହିଁ ଘଟିଛି। ମୁଁ ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ପଦରୁ ଓହରିଯାଉଛି।