Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣଙ୍କୁ ବାଧ୍ୟତାମୂଳକ ଅବସର

ରାଜ୍ୟ ସରକାର ଆଜି ଆଉ ୫ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତି ଓ ଅପାରଗତା ପାଇଁ ରାଜ୍ୟ ସରକାର ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସ୍ପଷ୍ଟ କରାଯାଇଛି ।

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଉ ୫ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତି ଓ ଅପାରଗତା ପାଇଁ ରାଜ୍ୟ ସରକାର ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସ୍ପଷ୍ଟ କରାଯାଇଛି ।

ଏମାନଙ୍କ ମଧ୍ୟରେ ରହିଛନ୍ତି କଳାହାଣ୍ଡି ଜିଲ୍ଲାର ଆଇୟୁସିଏଡବ୍ଲୁ ଡିଏସପି ରବିନ୍ଦ୍ର କୁମାର ସେଠୀ

ସେହିପରି ସୁନ୍ଦରଗଡ ଜିଲ୍ଲା ବଣାଇର ପୂର୍ବତନ ତହସିଲଦାର ଓଏଏସ ସୁଶୀଲ କୁମାର କୁଜୁରଙ୍କୁ ମଧ୍ୟ ଅବସର ଦେଇଛନ୍ତି ରାଜ୍ୟ ସରକାର । ଏହସହିତ ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାଇ ଥାନା ଇନସ୍ପେକ୍ଟର ବିନୋଦ ବିହାରୀ ନାୟକ, ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା, ମୟୁରଭଞ ଜିଲ୍ଲା କରଞ୍ଜିଆ ଏନଏସିର ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ରାଜ୍ୟ ସରାକାର ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ସରକାରୀ ଅଧିକାରୀଙ୍କୁ  ଅପାରଗତା କାର୍ଯ୍ୟ ପାଇଁ ନିଜ ନିଜର ପଦ ପଦବୀରୁ ବହିଷ୍କାର ଓ ବାଧ୍ୟତାମୂଳକ ଅବସର ଦେଲେଣି ।

Show More

Related Articles

Back to top button