ଓଡ଼ିଶାଦୁର୍ଘଟଣା

କୂଅ ହେଲା କାଳ , ଖୁସିର ସମୟରେ ଚାଲିଗଲା ୧୩ ଜୀବନ

ଉତ୍ତରପ୍ରଦେଶର କୁସିନଗର  ନୌରଙ୍ଗିଆରେ ଏକ ଅଭାବନୀୟ ଘଟଣା ଘଟିଯାଇଛି

ଉତ୍ତରପ୍ରଦେଶର କୁସିନଗର  ନୌରଙ୍ଗିଆରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକ ବିବାହ ସମାରୋହରେ ଯୋଗ ଦେଇଥିବା ୧୩ଜଣ ମହିଳା ସମେତ ଶିଶୁଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , ଉକ୍ତ ବିବାହରେ ମାଙ୍ଗଳିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କିଛି ମହିଳା ଏବଂ ଛୋଟପିଲା କୂଅରେ ପଡିଯାଇଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟି ଘଟିଛି । ଏହି ଅଘଟଣ ପରେ ସଂପୁର୍ଣ୍ଣ ଗ୍ରାମରେ ଶୋକାକୂଳ ବାତାବରଣ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଦିନ ନୌରାଙ୍ଗିଆର ସ୍କୁଲ ଟୋଲା ଠାରେ ଏକ ବିବାହ କାର୍ଯ୍ୟକ୍ରମରେ ମହିଳାମାନେ ରୀତିନୀତି ଅନୁଯାୟୀ ମାଙ୍ଗଳିକ କାର୍ଯ୍ୟ କରିବାକୁ ଯାଇଥିଲେ ଏବଂ ସେମାନଙ୍କ ସହିତ ଶିଶୁମାନେ ଥିଲେ।  ସେଠାରେ ଏକ କୂଅ ଥିଲା। ଯାହା ଉପରେ ସ୍ଲାବ୍ ପଡ଼ିଥିଲା। ଜାଗା ଅଭାବରୁ କିଛି ଶିଶୁ ଏବଂ ମହିଳା କୂଅର ସ୍ଲାବରେ ଚଢ଼ି କାର୍ଯ୍ୟକ୍ରମ ଦେଖିବା ଆରମ୍ଭ କଲେ। ତା’ପରେ ହଠାତ୍ ସ୍ଲାବ୍ ଭାଙ୍ଗିଗଲା ଏବଂ ଅନେକ ଲୋକ କୂଅରେ ପଡ଼ିଗଲେ। ହଠାତ୍ ଏହି ଘଟଣା ଯୋଗୁଁ ସେଠାରେ ଆତଙ୍କ ଖେଳିଯାଇଥିଲା। କୂଅରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା। ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦିଆଯାଇଥିଲା। ପ୍ରଶାସନିକ କର୍ମଚାରୀମାନେ ମଧ୍ୟ ସେଠାରେ ଏକତ୍ରିତ ହୋଇଥିଲେ ଏବଂ ସମସ୍ତେ ଉଦ୍ଧାର କାର୍ଯ୍ୟରେ ଜଡିତ ହୋଇଥିଲେ। କୁହାଯାଉଛି ଯେ ୨୩ ଜଣ ଲୋକ କୂଅରେ ପଡ଼ିଯାଇଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂମୃତକଙ୍କ ପରିବାର ଚାରି ଲକ୍ଷ ଟଙ୍କାର  ସହାୟତା ଘୋଷଣା କରିଛନ୍ତି ।

 

Show More

Related Articles

Back to top button