
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛନ୍ତି ତୃତୀୟ ପର୍ଯ୍ୟାୟ ଭୋଟ୍। ସକାଳ ୭ଟାରୁ ଭଦ୍ରକ ଜିଲ୍ଲାର ତିହିଡ ବ୍ଲକରେ ତୃତୀୟ ପର୍ଯ୍ୟାୟରେ ମତଦାନ ଚାଲିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାର କେବଳ ତିହିଡ ବ୍ଲକ ପାଇଁ ମତଦାନ କରାଯାଉଛି । ତିହିଡ ବ୍ଲକର ୪ ଟି ଜିଲ୍ଲା ପରିଷଦ ଜୋନରେ ୩୧ ପଂଚାୟତ ଅନ୍ତର୍ଭୁକ୍ତ ଥିବା ବେଳେ ୫୩୬ ଟି ବୁଥରେ ଭୋଟ ଗ୍ରହଣ ହେଉଛି । ଅନ୍ୟପକ୍ଷରେ ତିହିଡ ବ୍ଲକ ର ୧୬୩୯୦୩ ଜଣ ଭୋଟରଙ୍କ ମଧ୍ୟରୁ ୮୪୮୧୭ ଜଣ ପୁରୁଷ ଓ ୭୯୦୮୬ ଜଣ ମହିଳା ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।
ତିହିଡ ବ୍ଲକ ୪୫୬ବୁଥ ରୁ 80 ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ସବୁ ସମ୍ବେଦନଶୀଳ ବୁଥ୍ ରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି । ପ୍ରତି ପୁଲିଂ ବୁଥରେ ଜଣେ ଫାଷ୍ଟ ପ୍ରିଜାଇଡିଂ ଅଫିସର, ଜଣେ ସେକେଣ୍ଡ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତୃତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲାରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।