ନିଜ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।
ଜୋଗବାନୀ ଏକ୍ସପ୍ରେସ ଆନନ୍ଦ ବିହାରରୁ ବିହାର ମାର୍ଗକୁ ଯାଉଥିଲା ଏହି ଟ୍ରେନ ।
ଉତ୍ତରପ୍ରଦେଶ: ଜୋଗବାନୀ ଏକ୍ସପ୍ରେସ ଆନନ୍ଦ ବିହାରରୁ ବିହାର ମାର୍ଗକୁ ଯାଉଥିଲା ଏହି ଟ୍ରେନ । ଏହି ସମୟରେ ଜଣେ ଯାତ୍ରୀଙ୍କ ଗୋଡ ଟ୍ରେନ୍ ମଝିରେ ଅଟକି ଯାଇଥିଲା । ଏହା ଦେଖି ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଧାଇଁ ଆସିଲେ ଜଣେ ଲେଡି ଆରପିଏଫ କନଷ୍ଟେବଳ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଲିଗଡର ରେଳ ଷ୍ଟେସନରୁ । ଯାହାର ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ଜଣେ ମହିଳା କନଷ୍ଟେବଳ ନିଜ ଜୀବନକୁ ପଛରେ ପକାଇ ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଛନ୍ତି । ଆଲିଗଡ ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରେ ଚଢିବା ବେଳେ ହଠାତ୍ ଜଣେ ଯାତ୍ରୀଙ୍କ ଗୋଡ ଖସିଗଲା ଏବଂ ସେ ଟ୍ରେନ୍ ଓ ପ୍ଲାଟଫର୍ମ ମଧ୍ୟରେ ପଡିଗଲେ । ଏହା ଦେଖି ସେଠାରେ ଥିବା ଲେଡି କନଷ୍ଟେବଳ ପ୍ରିୟା ଦୌଡ଼ି ଆସି ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। ଏହି ପୁରା ଘଟଣାର ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହି ଘଟଣାଟି ଆଲିଗଡ ରେଳ ଜଙ୍କସନ ପ୍ଲାଟଫର୍ମ ନମ୍ବର ୩ ରେ ଚଳନ୍ତା ଟ୍ରେନରେ ସାମଗ୍ରୀ ଲୋଡ୍ କରିବା ସମୟରେ ଘଟିଛି। ଯେତେବେଳେ ଯାତ୍ରୀ ଜଣଙ୍କର ଗୋଡ ଟ୍ରେନ୍ ମଝିରେ ପଶିଯାଇଥିଲା ସେତେବେଳେ ସେ ଜୋରରେ ଚିତ୍କାର କରିଥିଲେ । ଏବଂ ତାଙ୍କ ଚିତ୍କାର ଶୁଣି ଆରପିଏଫ କନଷ୍ଟେବଳ ପ୍ରିୟା ଷ୍ଟେସନରେ ପହଞ୍ଚି ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। ତେବେ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ଯୁବକଙ୍କ ଗୋଡ ଅଟକି ଯିବାରୁ ସାମାନ୍ୟ ଆଘାତ ଲାଗିଥିଲା। ସେପଟେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାପରେ ଲୋକେ ସେହି ଲେଡି ଆରପିଏଫ କନଷ୍ଟେବଳଙ୍କ ସାହସିକତାକୁ ଖୁବ୍ ପ୍ରଶଂସା କରୁଛନ୍ତି ।